PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଓଜେଏଲ୍‌ର ଯାତ୍ରା କଳାକାର ସମ୍ମାନ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଯାତ୍ରା ଲଭର୍ସ(ଓଜେଏଲ୍‌) ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ଯାତ୍ରା କଳାକାର ସମ୍ମାନ ଉତ୍ସବ । ଏଥିରେ ବିନୋଦ ରାଉତ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ଗ୍ରହଣ କରିଥିବା ବେଳେ ସ୍ୱର୍ଗତ ହୃଷିକେଶ ଷଡ଼ଙ୍ଗୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ଗୋବିନ୍ଦ ବାରିକଙ୍କୁ ଅନନ୍ତ ଓଝା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ଧାମରା ପୋର୍ଟର ଉପ ପ୍ରାବନ୍ଧିକ ଲିତ ରଥ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ପତି, ରୋଟାରିଆନ୍‌ ଜ୍ୟୋତିଷ ଚନ୍ଦ୍ର ତ୍ରିପାଠୀ ଓ କଳାକାର କଲ୍ୟାଣ ସମିତିର ପ୍ରଣୟ ରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
‘କଳିଙ୍ଗ ଗଣନାଟ୍ୟ’ର ସୁରେଶ ପଣ୍ଡା, ‘ଶିବାନୀ’ର ଅଜୟ ମିଶ୍ର ଶ୍ରେଷ୍ଠ ନାୟକ, ‘ତୁଳସୀ’ର ଜୁଲି ପଣ୍ଡା, ଇନ୍ଦ୍ରଭୁବନର ଲିପି ବରାଳ ଶ୍ରେଷ୍ଠ ନାୟିକା ଭାବେ ପୁରସ୍କାର ଲାଭ କରିଛନ୍ତି । ‘ଇନ୍ଦ୍ରମହଲ’ର ଲକ୍ଷ୍ମୀଧର ନାୟକ ଓ ‘ଯାତ୍ରା ଗାଁ’ର ଅଭିରାମ ସାହୁ ଶ୍ରେଷ୍ଠ ଖଳନାୟକ, ବାଘାଯତୀନର ମାନସୀ ଦଳାଇ ଶ୍ରେଷ୍ଠ ଖଳନାୟିକା, ‘ରଙ୍ଗମହଲ’ର ଆକାଶ ନନ୍ଦ ଖଳ ଚରିତ୍ର(ପୁରୁଷ), ‘ଧଉଳି’ର ପୂଜା ବିଶ୍ୱାଳ ଖଳ ଚରିତ୍ର (ମହିଳା), ‘ସଚ୍ଚିଦାନନ୍ଦ’ର ସୁଧାକର ମହାରଣା ନବାଗତ ନାୟକ, ‘ବାଘାଯତୀନ’ର ସୁଲଗ୍ନା ମହାନ୍ତି ନବାଗତା ନାୟିକା, ‘ବିଶ୍ୱଦରବାର’ର କୈଳାସ ବେହେରାଙ୍କୁ ଶ୍ରେଷ୍ଠ ବାପା, ‘ରଙ୍ଗମହଲ’ର ଅନିମା ପାଢ଼ୀଙ୍କୁ ଶ୍ରେଷ୍ଠ ମା’, ‘ବିଶ୍ୱଦରବାର’ର ଗୌର ପାଢ଼ୀଙ୍କୁ ଶ୍ରେଷ୍ଠ ବାପା(ଖଳ), ‘ସ୍ୱର୍ଣ୍ଣମହଲ’ର ଜିତା ରାଉତଙ୍କୁ ଶ୍ରେଷ୍ଠ ମା’(ଖଳ), ‘ଶିବାନୀ’ର ଭିକାରୀ ସ୍ୱାଇଁଙ୍କୁ ହାସ୍ୟ ଅଭିନେତା, ‘ତୁଳସୀ’ର ଟୁକୁ ପଣ୍ଡାଙ୍କୁ ହାସ୍ୟ ଅଭିନେତ୍ରୀ, ‘ରଙ୍ଗମହଲ’ର ମିଟୁ ମାନସଙ୍କୁ ନୃତ୍ୟ ନିର୍ଦ୍ଦେଶକ, ନୃତ୍ୟ ଦଳ ଭାବେ ‘ରଙ୍ଗମହଲ’, ପ୍ରଚ୍ଛଦପଟ୍ଟ ଗାୟକ ଭାବେ ‘ଶିବାନୀ’ର ସୋନୁ, ଗାୟିକା ଭାବେ ‘ତୁଳସୀ’ର ସଂଯୁକ୍ତା ଦାଶ, ‘ଇନ୍ଦ୍ରମହଲ’ର ଦ୍ୱିତୀକ୍ରିଷ୍ଣା ଜେନାଙ୍କୁ ଉପସ୍ଥାପକ, ‘ସ୍ୱର୍ଣ୍ଣମହଲ’ର ନମିତା ସ୍ୱାଇଁଙ୍କୁ ଉପସ୍ଥାପିକା, ‘କୋଣାର୍କ’ର ଦେବେନ୍ଦ୍ର ପଲାଇଙ୍କୁ ଶବ୍ଦ ସଂଯୋଜନା, ‘ସ୍ୱର୍ଣ୍ଣ ମହଲ’ର ଅଜୟ ରଥଙ୍କୁ ଆଲୋକ ପରିଚାଳନା, ନାଟ୍ୟକାର ଭାବେ ଗଣେଶ ରାଉତ, ଗୀତ ରଚନା ପାଇଁ ନିଗମ ମିଶ୍ର ଏବଂ ମିହିର ମହାନ୍ତିଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି ।
‘କୋଣାର୍କ’ ଗଣନାଟ୍ୟର ଶରତ ପ୍ରତିହାରୀଙ୍କୁ ସାମାଜିକ ଗଣମାଧ୍ୟମରେ ସକ୍ରିୟ କଳାକାର ଭାବେ ସମ୍ମାନିତ କରାଯାଇଥିବା ବେଳେ ଦିବାକର କୁମାରଙ୍କୁ ଯାତ୍ରା ସମ୍ବନ୍ଧୀୟ ଖବରକୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ପୁରସ୍କୃତ କରାଯାଇଛି । ଓଜେଏଲ୍‌ର ସଭାପତି କାର୍ତ୍ତିକ ସ୍ୱାଇଁ , ସମ୍ପାଦକ ସଞ୍ଜୀବ ସାମଲ, ପ୍ରବକ୍ତା ଚିନ୍ମୟ ମିଶ୍ର, ମୁଖ୍ୟ ଉପଦେଷ୍ଟା ଶୀତିକଣ୍ଠ ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ ।