କେଜ୍ରିଓ୍ବାଲାଙ୍କୁ ଲାଗିଲା ଝଟକା, ଦିଳ୍ଳୀର ସାତଟି ଆସନରେ ଭାଜପା ଆଗରେ

ନୂଆଦିଳ୍ଲୀ ୨୩।୫: ଲୋକସଭା ନିର୍ବାଚନ-୨୦୧୯ ମତଗଣନା ଯେତେ ଯେତେ ଆଗକୁ ବଢୁଛି ସେତେ ସେତେ ଦିଳ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଛାତି ଧଡ଼ ଧଡ଼ ହେଉଛି। ଏକ୍ସିଟ୍ ପୋଲ୍ରେ ମେ୧୯ରେ ହିଁ କହି ଦିଆଯାଇଥିଲା କି ଦିଳ୍ଳୀର ସାତୋଟି ଆସନରେ ଭାଜପା ଜିତିବ ବୋଲି। ଆଉ ଆଜି ସେତିକି ହିଁ କିଛି ହେଉଛି।
ଦିଳ୍ଲୀର ସାତ ଲୋକସଭା ଆସନ ପାଇଁ ଏଥର ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପୁରା ଜୋର ଲଗାଇଦେଇଛନ୍ତି। ବିଜେପି ପୁଣି ଏଥର ବହୁ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ସେଥିରେ କ୍ରିକେଟର ଗୈାତମ ଗମ୍ଭୀର, ସୁଫି ଗାୟକ ହଂସ ରାଜ ସିଂହ ଅଛନ୍ତି। ଦିଳ୍ଲୀ ବିଧାନସଭାର ୬୭ ସିଟ ଜିତି ଇତିହାସ ରଚିଥିବା ଆମ ଆଦମୀ ପାର୍ଟି ଏବଂ ତାର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଏହା ବିଚାରଣୀୟ ପ୍ରଶ୍ନ ହବ। ଏଥର ଦିଲ୍ଲୀରେ ୧୫ବର୍ଷ ପର୍ଯ୍ୟନ୍ତ ରାଜ କରିଥିବା ଶୀଲା ଦିକ୍ଷିତ ବି ପଡ଼ିଆକୁ ଓହ୍ଲାଇଛନ୍ତି। ଏମିତି ଲାଗୁଛି ଦିଳ୍ଲୀରେ କଂଗ୍ରେସର ଶୀଲା ଦିକ୍ଷିତଙ୍କର ବି ଲୋକଙ୍କଠାରୁ ମୋହ ଭାଙ୍ଗି ଗଲାଣି।
ଏହି କାରଣରୁ ସାଧାରଣ ଜନତା ମଧ୍ୟ ତାଙ୍କୁ ବି ପସନ୍ଦ କରୁନାହାନ୍ତି। ଏହି ଭଳି ଆମ ଆଦମୀ ପାର୍ଟିର ନାମୀଦାମୀ ନେତାଙ୍କୁ ଲୋକେ ମୁହଁ ମୋଡ଼ି ଦେଉଛନ୍ତି। ବିଧାନସଭା ନିର୍ବାଚନରେ ୭୦ରୁ ୬୭ ଆସନ ଜିତିବାକୁ ଥିବା ଆମ ଆଦମୀ ପାର୍ଟିକୁ ଯଦି ଏଠାରୁ ଗୋଟିଏ ବି ଆସନ ନ ମିଳିବ ତେବେ ଏହାର ମାନେ ଦିଲ୍ଲୀର ଜନତା ଏବେ ତାଙ୍କ ଶାସନରୁ ମୁକ୍ତି ଚାହୁଁଛନ୍ତି ଏବଂ ଏହି କାରଣରୁ ଲୋକସଭାରେ ସମସ୍ତ ନେତାଙ୍କୁ ମନା କରିଦେଉଛନ୍ତି।