ନୂଆଦିଲ୍ଲୀ,୧୫/୧୦: କ୍ୟାବ ସେବା ଯୋଗାଣକାରୀ କମ୍ପାନି ଓଲାର ମନମାନିକୁ ନେଇ କେନ୍ଦ୍ର ସରକାର ତାଗିଦ କରିଛନ୍ତି। କମ୍ପାନି ଗ୍ରାହକଙ୍କୁ ରିଫଣ୍ଡ ଲାଗି ବ୍ୟାଙ୍କ ଆକାଉଣ୍ଟ କିମ୍ବା କୁପନ ମଧ୍ୟରୁ କୌଣସି ଗୋଟିଏ ବିକଳ୍ପକୁ ସୁବିଧା ହେବ । ଏବେ ଯଦି କୌଣସି ଗ୍ରାହକ ଓଲା ଆପ୍‌ରେ ରିଫଣ୍ଡ ଲାଗି ଅଭିଯୋଗ କରୁଛନ୍ତି  ତେବେ କମ୍ପାନି ତାଙ୍କୁ ରିଫଣ୍ଡ ଭାବେ କେବଳ  କୁପନ ଦେଇ ଦେଉଛି । ଏହାକୁ କେବଳ ଓଲା  ଆପ୍‌ରେ ଆଉ ଥରେ ରାଇଡ କଲେ ହିଁ ବ୍ୟବହାର ହୋଇ ପାରିବ । କମ୍ପାନିର ଏଭଳି ମନମୁଖୀ  ନିଷ୍ପତ୍ତି ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି । ରବିବାର କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ କମ୍ପାନିକୁ ଏଭଳି ନିର୍ଦ୍ଦେଶ  ଜାରି କରିଛନ୍ତି ।

ନିର୍ଦ୍ଦେଶରେ କୁହାଯାଇଛି ଯେ, ଗ୍ରାହକ ଯେଉଁଭଳି ଉପାୟରେ ଚାହିଁବେ ରିଫଣ୍ଡ ନେଇ ପାରିବେ । ଗ୍ରାହକଙ୍କ ଉପରେ କିଛି ଲଦି ଦିଆଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, କମ୍ପାନି ବିରୋଧରେ ୨ ହଜାରରୁ ଉଦ୍ଧ୍ୱର୍ ଅଭିଯୋଗ ରହିଛି ।