PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବୃଦ୍ଧା ମହିଳା ବୋଲିଂ ଆକ୍ସନ ଦେଖି ଚକିତ ହୋଇଗଲେ ବୁମ୍‌ରା, ଆପଣ ବି ଦେଖିଲେ ହସି ହସି ଗଡିଯିବେ

ନୂଆଦିଲ୍ଲୀ, ୧୪ା୭ (ଏଜେନ୍ସି): ବିଶ୍ୱକପ୍‌ରେ ଘାତକ ୟର୍କର ବଲ୍‌ ପାଇଁ ଭାରତୀୟ ପେସ୍‌ ତାରକା ଜଶପ୍ରୀତ୍‌ ବୁମ୍‌ରା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ମ୍ୟାଚ୍‌ର କୌଣସି ସମୟରେ ୱିକେଟ୍‌ ନେବାର କ୍ଷମତା ବଳରେ ସେ ଆଇସିସି ଦିନିକିଆ ମାନ୍ୟତାର ଏକନମ୍ବର ସ୍ଥାନରେ ରହିଛନ୍ତି । ବିଶ୍ୱ କ୍ରିକେଟରେ ତାଙ୍କର ପ୍ରଶଂସକ ଅନେକ । କିନ୍ତୁ ଜଣେ ବୁଦ୍ଧା ମହିଳା ପ୍ରଶଂସିକାଙ୍କ ବୋଲିଂ ଆକ୍ସନ ଭିଡିଓ ବୁମ୍‌ରାଙ୍କୁ ଚକିତ କରି ଦେଇଛି । ଯାହାକି ଭାଇରାଲ୍‌ ହୋଇଯାଇଛି ।

ସୋସିଆଲ୍‌ ମିଡିଆରେ ସାନ୍ତା ସକୁବାଇ ନାମରେ ଜଣେ ଟ୍ୱିଟର ଚାଳକ ଏକ ଭିଡିଓ ଛାଡ଼ିଛନ୍ତି । ଏଥିରେ ଜଣେ ବୃଦ୍ଧା ପ୍ରଶଂସିକା ବୁମ୍‌ରାଙ୍କ ରନ୍‌ ଅପ୍‌ ଆକ୍ସନକୁ ନକଲ କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ଛାଡ଼ି ଟ୍ୱିଟର ଚାଳକ ଜଣଙ୍କ ଉଲ୍ଲେଖ କରିଛନ୍ତି, ଆମମାନଙ୍କ ଭଳି ଜଣେ ମା’ ବି ବୁମ୍‌ରାଙ୍କ ବିଶ୍ୱକପ୍‌ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି । ସେ ତାଙ୍କୁ ନକଲ କରିଛନ୍ତି ।’

ଭିଡିଓ ଭାଇରାଲ ହେବା ପରେ ବୁମ୍‌ରା ଟ୍ୱିଟ୍‌ କରିଛନ୍ତି । ସେ କହିଛନ୍ତି, ଏହି ଭିଡିଓ ଦ୍ୱାରା ମୋ’ ଦିନ ଅଧିକ ଆନନ୍ଦମୟ ହୋଇଯାଇଛି । ସେହିପରି ବୁମ୍‌ରା ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ପ୍ରଶଂସକମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି, ମୁଁ ଦଳୀୟ ଖେଳାଳି, କୋଚ୍‌, ସହକାରୀ ଷ୍ଟାଫ୍‌ ଓ ପରିବାର ସଦସ୍ୟଙ୍କ ସମେତ ନିସ୍ୱାର୍ଥପର ସମର୍ଥନ ଦେଇଥିବା ପ୍ରଶଂସକମାନଙ୍କୁ ସାଧୁବାଦ ଜଣାଉଛି । ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲୁ ।’ ସୂଚନାଯୋଗ୍ୟ, ଭାରତ ବିଶ୍ୱକପ୍‌ ସେମିରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇ ବିଦାୟ ନେଇଥିବା ବେଳେ ବୁମ୍‌ରା ମୋଟ ୧୮ଟି ୱିକେଟ୍‌ ନେଇଥିଲେ ।

https://twitter.com/himsini/status/1149912872887050240?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1149912872887050240&ref_url=https%3A%2F%2Fwww.crictracker.com%2Fold-lady-mimics-jasprit-bumrahs-bowling-action-video-goes-viral%2F