କୋକସରା,୧୧/୩ : ଜୟପାଟଣା ଫରେଷ୍ଟ ଉଛୁଲା ସେକ୍ସନ ଅନ୍ତର୍ଗତ ବଡ଼ ପୁଝାରି ଗୁଡା ପଞ୍ଚାୟତ ପଲସ ଗ୍ରାମରେ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛି। ବୃଦ୍ଧ ଜଣକ ହେଲେ ଚୈତନ୍ୟ ନାଏକ (୬୧)।
ବୃଦ୍ଧ ଜଣକ ପାହାନ୍ତାରୁ ଶୌଚ କରିବାକୁ ଘରୁ ବାହାରିବା ବେଳକୁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଆସି ଭାଲୁକୁ ଘଉଡ଼ାଇ ଥିଲେ। ପରେ ଗୁରୁତର ବୃଦ୍ଧ ଙ୍କୁ କୋକସରା ମେଡ଼ିକାଲରେ ଆଣି ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ଖବର ପାଇ ଜୟପାଟଣା ଉଛୁଲା ସେକ୍ସନ ଫରେଷ୍ଟ କର୍ମଚାରୀ ପହଞ୍ଚିଥିଲେ। ସରକାରୀ ନିୟମ ଅନୁଯାୟୀ ଯେଉଁ କ୍ଷତିପୂରଣ ରହିଛି ତାହା ଆଗାମୀ ଦିନରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି।ତେବେ ପଲସ ଗ୍ରାମ ଅଞ୍ଚଳ ଜଙ୍ଗଲର ପାଦଦେଶରେ ରହିଥିବା ବେଳେ ଅନେକ ସମୟରେ ଭାଲୁ ସମେତ ଜଙ୍ଗଲ ହିଂସ୍ରଜନ୍ତୁ ଗାଁ ମୁହାଁ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଜଙ୍ଗଲ ବିଭାଗ ଏଥିପ୍ରତି ସଚେତନ ରହି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଲରେ ପାଟ୍ରୋଲିଂ ସହ ସୁରକ୍ଷା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।