କେନ୍ଦୁଝର ସଦର ୧୫/୬(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ଥାନା  ଅନ୍ତର୍ଗତ ବାଉରିପଦା ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ଜଣକ ହେଲେ  ବିଧବା ରତ୍ନୀ ମହାକୁଡ଼(୬୫) । ଘର ପାଖ ପୋଖରୀକୁ ବିଧବା ରତ୍ନୀ ଗାଧୋଇବାକୁ ଯାଇଥିଲେ। ହଠାତ୍ ବଜ୍ରପାତ ହୋଇଥିଲା।  ସେହି ପୋଖରୀ ଘାଟରେ ବିଧବା ରତ୍ନୀଙ୍କ ମୃତ୍ୟୁ ଘଟିଥିଲା।