ଜହ୍ନାପଙ୍କ, ୧୩/୮:ରାଜ୍ୟ ଓ କେନ୍ଦ୍ର ସରକାର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଏହା ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ସେମାନଙ୍କ ଅଭାବ ଅସୁବିଧାକୁ ଦୂର କରିବା ସହାୟକ ହୋଇଥାଏ। ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ ପିଂଗିଲାବେଡା ଗ୍ରାମର ପ୍ରେମସିଲା କଲତା (୬୭)ଙ୍କୁ ଛଅ ମାସ ହେଲା ଭତ୍ତା ମିଳୁନି। ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଗୁରୁବାର ବୌଦ୍ଧ କାର୍ଯ୍ୟାଳୟକୁ ଆସି ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କର ଦୁଃଖ ଜଣାଇଥିଲେ। ଭତ୍ତା ମିଳୁନଥିବାରୁ ଅତି କଷ୍ଟରେ ସେ ଜୀବନ ଯାପନ କରୁଛନ୍ତି ବୋଲି କହିଛନ୍ତି।
ଏନେଇ ବିଏସଏସଓ ରଂଜିତ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ଜାନୁଆରୀ ମାସରେ ମଞ୍ଜୁର ନହୋଇ ତାଙ୍କ ଏକାଉଣ୍ଟକୁ ବର୍ଦ୍ଧିତ ଭତ୍ତା ୧୨ ଶହ ଟଙ୍କା ଯାଇଛି। ସେଥିପାଇଁ ତାଙ୍କର ଭତ୍ତା ହୋଲଡ଼ କରାଯାଇଛି । ତେବେ ଆବଶ୍ୟକ କାଗଜପତ୍ର ଦେଲେ ଭତ୍ତା ମଞ୍ଜୁର କରାଯିବ ବୋଲି କହିଥିଲେ। ବ୍ଲକ ପ୍ରଶାସନର ଭୁଲ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ । କେବଳ ପ୍ରେମସିଲା ନୁହଁନ୍ତି ପଂଚାୟତର ଅନେକ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଦୀର୍ଘ ୬ ମାସ ହେଲା ଭତ୍ତା ପାଉନାହାନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।