ପୁଲୱାମା ଆକ୍ରମଣ ମାମଲା: ଉମର ଅବ୍ଦୁଲା ଜାମ୍ମୁ କାଶ୍ମୀର ରାଜ୍ଯପାଳଙ୍କୁ କହିଲେ ଭାଷଣ ଦେବା ବନ୍ଦ କରନ୍ତୁ, ରାଜନେତା ନହୋଇ ରାଷ୍ଟ୍ରକର୍ମୀ ହୁଅନ୍ତୁ

source:www.greaterkashmir.com
ଶ୍ରୀନଗର ୧୫/୨: ଗୁରୁବାର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜବାନ ସହିଦ ହୋଇଯାଇଛନ୍ତି । ଏହି ଘଟଣା ପରେ ସାରା ଦେଶରେ କ୍ରୋଧର ଅଗ୍ନି ଜଳୁଛି । ତେବେ ଅନ୍ଯପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜୋର୍ ଧରିଛି । ଏବେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପପ୍ରଧାନ ଉମର ଅବ୍ଦୁଲା, ରାଜ୍ଯପାଳ ସତ୍ୟପାଲ ମଲିକଙ୍କୁ କଟାକ୍ଷ କରିବା ସହ ଅଯଥା ଇଣ୍ଟରଭ୍ୟୁ ନଦେବା ପାଇଁ ପରାମର୍ଶ ଦେଇଛନ୍ତି ।
Dear Governor Malik, some unsolicited advice from a person who has governed J&K for 6 years. Pls stop giving interviews, let your advisors do it. You will only make things worse by trying to talk your way out of this situation.
— Omar Abdullah (@OmarAbdullah) February 15, 2019
କଣ କହିଲେ ଉମର
ଉମର ଅବ୍ଦୁଲା ରାଜ୍ୟପାଲ ସତ୍ୟପାଲ ମଲିକଙ୍କୁ ଟ୍ୱିଟ୍ କରି ଲେଖିଲେ, ‘ଡିୟର ଗଭର୍ଣ୍ଣର ମଲିକ୍, ଆପଣଙ୍କ ପାଇଁ ସେହି ବ୍ୟକ୍ତିଙ୍କ ଉପଦେଶ ଯିଏ ଜାମ୍ମୁ କାଶ୍ମୀରରେ ୬ ବର୍ଷ ସରକାର ଚଲାଇଛି । ଆପଣ ଦୟାକରି ଇଣ୍ଟରଭ୍ଯୁ ଦେବା ବନ୍ଦ କରନ୍ତୁ । ଏହି କାମ ଆପଣଙ୍କ ଆଡଭାଇଜର୍ସଙ୍କୁ କରିବାକୁ ଦିଅନ୍ତୁ । ଆପଣ ନିଜ ବୟାନ ମାଧ୍ୟମରେ ପରିସ୍ଥିତିକୁ ଅଧିକ ଗମ୍ଭୀର କରୁଛନ୍ତି ।‘
Please take the state plane & fly to Srinagar, visit the injured. Convene an urgent UHQ meeting & take stock of the situation. This should have been done yesterday but yesterday you were too busy passing the buck.
— Omar Abdullah (@OmarAbdullah) February 15, 2019
ରାଜ୍ୟ ବିମାନ ନିଅନ୍ତୁ ଏବଂ ଶ୍ରୀନଗର ଯାଆନ୍ତୁ
ଏହି ଗୋଟିଏ ଟ୍ୱିଟରେ ରହିନାହାନ୍ତି ଉମର, ସେ ଏହା ପରେ ପୁଣି ଏକ ଟ୍ୱିଟ୍ କରି କହିଛନ୍ତି, ‘ଆପଣ ଦୟାକରି ରାଜ୍ୟ ବିମାନ ନିଅନ୍ତୁ ଏବଂ ଆହତଙ୍କୁ ଭେଟିବା ପାଇଁ ଶ୍ରୀନଗର ଯାଆନ୍ତୁ । ଏହା ସହିତ ଏକ ତତ୍କାଳ ବୈଠକ ଡକାନ୍ତୁ ଏବଂ ଖୁବଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଅବଶ୍ଯ ଏହି କାମ ସବୁ କାଲି ହୋଇଯିବାର ଥିଲା କିନ୍ତୁ କାଲି ଆପଣ ବୟାନ ଦେବାରେ ବ୍ୟସ୍ତ ଥିଲେ ।’
You are a politician & obviously your first instinct will be to play politics but this is neither the time nor the occasion. Please suppress your desire to politicise everything & instead be a statesman for once. The nation will appreciate that more even if your party might not.
— Omar Abdullah (@OmarAbdullah) February 15, 2019
ଏହା ରାଜନୀତି କରିବାର ସମୟ ନୁହେଁ
ଉମର ଅବ୍ଦୁଲା ସତ୍ୟପାଲ ମଲିକଙ୍କୁ ଟାର୍ଗେଟ୍ କରି ଆଉ ଏକ ଟ୍ୱିଟ୍ କରିଛନ୍ତି ଏବଂ କହିଛନ୍ତି, ‘ଆପଣ ଜଣେ ରାଜନେତା ଏବଂ ରାଜନୀତି କରିବା ରାଜନେତାର ପ୍ରକୃତି । କିନ୍ତୁ ଏହି ସମୟ ରାଜନୀତି କରିବାର ନୁହେଁ । ଦୟାକରି ନିଜ ରାଜନୀତି କରିବା ଇଛାକୁ ନିଜ ମନ ଭିତରେ ଦବାଇ ରଖନ୍ତୁ ଏବଂ ଜଣେ ରାଷ୍ଟ୍ର କର୍ମୀ ହୁଅନ୍ତୁ । ହୁଏତ ଆପଣଙ୍କ ପାର୍ଟି ଆପଣଙ୍କ କାମକୁ ପ୍ରଶଂସା ନକରିପାରେ କିନ୍ତୁ ସାରା ଦେଶ ଆପଣଙ୍କ କାର୍ଯ୍ଯକୁ ତାରିଫ କରିବ ।’