ଭୁବନେଶ୍ୱର,୧୬/୮ : ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଉତ୍ସବରେ ଓଏମସି ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅପରେସନ ନିର୍ଦ୍ଦେଶକ ସବ୍ୟସାଚୀ ମହାନ୍ତି, ମାନବ ସମ୍ବଳ ନିର୍ଦ୍ଦେଶକ ଆଲୋକ କୁମାର ପାଳ, ବିତ୍ତ ନିର୍ଦ୍ଦେଶକ ବନ ବିହାରୀ ପାଣିଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଓଏମସିର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ଯଥା ଦୈତାରୀ, ବଡ଼ବିଲ, ଗନ୍ଧମାର୍ଦ୍ଦନ, ରାୟଗଡ଼ା, କୋଇଡା, ଯାଜପୁର ରୋଡ ତଥା ନିଗମର ସମସ୍ତ ଖଣି ଅଞ୍ଚଳ ପରିସରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିସହ ଓଏମସି ଦ୍ଵାରା ପରିଚାଳିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ, ଡି.ଏ.ଭି ପବ୍ଲିକ ସ୍କୁଲଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ଏହି ଅବସରରେ ନିଗମର କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଉତ୍ସାହ ଓ ଆନନ୍ଦର ସହିତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିଲେ ।