PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗୃହମନ୍ତ୍ରଣାଳୟ ରାଡାରରେ ଶ୍ରୀନଗରର ସମସ୍ତ ମସଜିଦ

ନୂଆଦିଲ୍ଲୀ,୨୯।୭: ଜମ୍ମୁ-କଶ୍ମୀରରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବାର ଘୋଷଣା ପରେ କଶ୍ମୀର ଘାଟିରେ ଅନିଶ୍ଚିତତା ଓ ଭୟର ପରିବେଶ ଦେଖିବାକୁ ମିଳିଛି। ଏହା ଭିତରେ ଗୃହମନ୍ତ୍ରଣାଳୟ(ଏମଏଚଏ) ଶ୍ରୀନଗର, ଜମ୍ମୁ ଓ କଶ୍ମୀରରେ ଥିବା ସମସ୍ତ ମସଜିଦକୁ ସ୍ଥାନୀୟ ପୋଲିସ ଠାରୁ ବିବରଣୀ ଦେବାର କହିଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ପତ୍ରରେ, ଯେଉଁଥିରେ ଶ୍ରୀନଗରର ସମସ୍ତ ୫ଟି ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ଠାରୁ ସ୍ଥାନୀୟ ମସଜିଦର ସୂଚନା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।

ଶ୍ରୀନଗର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପତ୍ରରେ ସମସ୍ତ ପୋଲିସ ଅଧୀକ୍ଷକଙ୍କୁ କୁହାଯାଇଛି ଯେ, ସେମାନେ ନିଜର ଅଞ୍ଚଳରେ ଥିବା ମସଜିଦ, ଏହାର ପ୍ରବଦ୍ଧନ ଓ ଏଠାରେ ମୁତୟନ ମୌଲବୀଙ୍କ ସମସ୍ତ ସୂଚନା ପ୍ରଦାନ କରନ୍ତୁ। ପୋଲିସ ମୁଖ୍ୟାଳୟର ଏସଏସପିଙ୍କ ପକ୍ଷରୁ ଜାରି ଏହି ପତ୍ର ଏସପି ସିଟି ସାଉଥ ଜୋନ୍ ଶ୍ରୀନଗର, ଏସପି ସିଟି ହଜରତବଲ ଜୋନ୍ ଶ୍ରୀନଗର, ଏସପି ସିଟି ନର୍ଥ ଜୋନ୍ ଶ୍ରୀନଗର, ଏସପି ସିଟି ଇଷ୍ଟ ଜୋନ୍ ଶ୍ରୀନଗର ଓ ଏସପି ସିଟି ଓ୍ବେଷ୍ଟ ଶ୍ରୀନଗର ନିକଟକୁ ପଠାଇ ଦେଇଛନ୍ତି। ଯାହାଫଳରେ ଏହାକୁ ଉଚ୍ଚସ୍ତର ଅଧିକାରୀଙ୍କ ନିକଟକୁ ପଠାଯିବ।