PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆତଙ୍କବାଦୀଙ୍କ ଟାର୍ଗେଟର ଦିଲ୍ଲୀର ୨୯ଟି ସ୍ଥାନ

ନୂଆଦିଲ୍ଲୀ,୧।୩: ଭାରତ ପାକିସ୍ତାନ  ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀଙ୍କ ଯୋଜନା ଜଣାପଡିଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଆଲର୍ଟ ଜାରି କରିଦିଆଯାଇଛି ଯେ ଆତଙ୍କବାଦୀ ସଂଗଠନ ଗୁଡିକ ଦିଲ୍ଲୀରେ ବଡ ଧରଣର ଆକ୍ରମଣ କରିପାରନ୍ତି। ସତର୍କ କରିଦିଆଯାଇଛି ଯେ ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀ ଗ୍ରୁପ ଏବେ ଜମ୍ମୁ-କଶ୍ମୀର ବ୍ୟତୀତ ହାଇ ଭ୍ୟାଲୁ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଚାହାଁନ୍ତି। ସୁରକ୍ଷା ଏଜେନ୍ସି ଜୈଶର ଗିରଫ ଆତଙ୍କବାଦୀ ଓ ଅନ୍ୟ କିଛି ଅନ୍ୟ ଆତଙ୍କବାଦୀଙ୍କୁ ଧରି ପଚରା ଉଚରା କରିବା ଆଧାରରେ ଏହି ଆଲର୍ଟ ଜାରି କରିଛନ୍ତି। ଦେଶର ନାମୀ ଓ ବଡ ନେତା, ରେଲଓ୍ବେ ଲାଇନ୍, ତୈଳ ଡିପୋ, ଦକ୍ଷିଣପନ୍ଥୀ ନେତା ଓ କର୍ମୀ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି।

source: http://www.transindiatravels.com

 ରିପୋର୍ଟରେ କୁହାଯାଇଛି ସେନା ଓ ପୋଲିସର ସେହି ଅବସରପ୍ରାପ୍ତ ଅଧିକାରୀ ଯେଉଁମାନଙ୍କୁ ଆତଙ୍କବାଦ କିମ୍ବା ଖଲିସ୍ତାନ ମୁଭମେଣ୍ଟ ସମୟରେ ଆତଙ୍କବାଦୀଙ୍କୁ ଧର-ପକଡ କରିଥିଲେ ସେମାନେ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟରେ ରହିଛନ୍ତି। ସମସ୍ତ ରାଜ୍ୟର ପୋଲିସକୁ ନିର୍ଦେଶ ଦିଆଯାଇଛି ଯେ ପୁରୁଣା ଆତଙ୍କବାଦୀ ସଂଗଠନରେ ସାମିଲ ଜୈଶ, ଲସ୍କର, ଇଣ୍ଡିଆନ ମୁଝାହିଦ୍ଦିନ୍, ସିମିରୁ ଗିରଫ ଆତଙ୍କବାଦୀଙ୍କ ଗତିବିଧ ଉପରେ ନଜର ରଖାଯାଉ। ଆତଙ୍କବାଦୀମାନେ ଦିଲ୍ଲୀର ୨୯ ଟି ସ୍ଥାନକୁ  ହିଟ୍ କରିପାରନ୍ତି। ଯେଉଁ ସ୍ଥାନ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟରେ ରହିଛି। ତାହା ହେଲା ଇଣ୍ଡିଆ ଗେଟ୍,ସେନା ଭବନ, ରାଷ୍ଟ୍ରପତି ଭବନ, ସଂସଦ ଭବନ ଓ ସୁପ୍ରିମକୋର୍ଟ ରହିଛି। ଏହାଛଡା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇସାରିଥିବା ସରୋଜିନି ନଗର ବଜାର, ଚାନ୍ଦିନି ଚୌକ, ପାଲିକା ବଜାର, ଲକ୍ଷ୍ମୀ ନାରାୟଣ ମନ୍ଦିର, ଲୋଟସ୍ ଟେମ୍ପଲ, ଲାଲକିଲା, ନ୍ୟାସନାଲ ମ୍ୟୁଜିୟମ,  ମୁଖ୍ୟ ବିଚାରପତିଙ୍କ ବାସଭବନ ଆଦି ରହିଛି। ଦିଲ୍ଳୀର ବିମାନବନ୍ଦର ପାର୍କିଂ ଏରିଆ, ଦିଲ୍ଲୀ ରେଳଷ୍ଟେସନ୍, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଏମ୍ସ ମଲ୍ ସିନେମା ହଲ, ଡିଫେନ୍ସ କଲେଜ, ଅକ୍ଷରଧାମ ମନ୍ଦିର ଓ ଏମ୍ଇଏ ଅଫିସ ଉପରେ ମଧ୍ୟ ଆତଙ୍କବାଦୀଙ୍କ ଦୃଷ୍ଟି ରହିଛି। ଦିଲ୍ଲୀ ମେଟ୍ରୋ, ଚାଣକ୍ୟପୁରୀ ସ୍ଥିତ ବିଦେଶୀ ଦୂତାବାସ ଯେପରିକି ଇସ୍ରାଏଲ, ୟୁଏଏସ୍ ଓ ୟୁକେ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ଯୋଜନାରେ ଅଛନ୍ତି।

ସମ୍ବନ୍ଧିତ ଖବର