କୋଲାବିରା,୨୭/୦୯(ଆ.ପ୍ର)- କୋଲାବିରା ଥାନା କୁଲିହାମାଲ ପଞ୍ଚାୟତ ଅଧିନସ୍ଥ ସୁନାମୁହାଣ ଗ୍ରାମ ପାଖରେ ଶନିବାର ଗୋଟିଏ ବାଇକ ଭାରସାମ୍ୟ ହରାଇ ଶାଳ ଗଛରେ ପିଟି ହେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏଥସହବାଇକ ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛି l ମୃତ ବାଇକ ଚାଳକ ଜଣକ ହେଲେ ପୋଖରାସାଲହେ ଗ୍ରାମର ହୃଦାନନ୍ଦ ଦାଶ । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ଗହ୍ମାପାଲି ଗ୍ରାମର ଚୈତନ୍ୟ ମୁଣ୍ଡା(୫୫)।
ଉଭୟେ ଏକ ବାଇକରେ କୌଣସି କାମରେ ସୁନାମୁହାଣକୁ ଯାଉଥିଲେ। ଏହି ସମୟରେ ଭାରସାମ୍ୟ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l ଉଭୟଙ୍କୁ ଉଦ୍ଧାର କରି କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି l କୋଲାବିରା ପୋଲିସ ଡାକ୍ତରଖାନା ପହଞ୍ଚି ଘଟଣାର ତଦନ୍ତ କରୁଛି l