ଭୁବନେଶ୍ବର,୩।୧୧ : ମୁମ୍ବାଇ ଏନସିବିର ଟିମ୍ ଭୁବନେଶ୍ୱରରେ। ଗଞ୍ଜେଇ ଚାଲାଣ ମାମଲାରେ ଜଣକୁ ଉଠାଇଲା ଏନସିବି। ଗଞ୍ଜେଇ ଚାଲାଣ ମାମଲାରେ ନିଲୁ ପ୍ରଧାନଙ୍କୁ ଉଠାଇଲା ଏନସିବି। ନିଲୁ ଗଞ୍ଜାମ ଅଞ୍ଚଳର। ମୁମ୍ବାଇର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁମ୍ବାଇ ଏନସିବିର ମୋଷ୍ଟ ୱାଣ୍ଟେଡ ଥିଲା ନିଲୁ ପ୍ରଧାନ।
ଏନସିବି ଟିମ୍ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନଙ୍କୁ ଗିରଫ କରିଥିଲା। ରବିବାର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଚେକଅପ ପରେ କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ରୁ ଧରି ଟ୍ରାଞ୍ଜିଟ ରିମାଣ୍ଡରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ ନେଇଛି। ଓଡିଶା ରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କର ଗୁମର ଖୋଲିବ ।