ଦେଓଗାଁ, ୧୮।୬ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ସୋନଗଡ ବ୍ରିଜ ଉପରେ ୪୦୭ ରେ ଖଇର କାଠ ଚାଲାଣ ହେଉଥିବା ବେଳେ ବନବିଭାଗ ଚଢାଉ କରିଛି।  ଗାଡ଼ି ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପାଟଣାଗଡ ର କିର୍ତିଚନ୍ଦ୍ର ସାଣ୍ଡ ।

ଗାଡ଼ିରେ ବିରାଟକାନି ରୁ ପାଟଣାଗଡକୁ କାଠ ଚୋରା ଚାଲାଣ ହେଉଥିଲା। ଜଙ୍ଗଲ ବିଭାଗ ରେଞ୍ଜ ରେଞ୍ଜର ଯୁଧିଷ୍ଠିର ଜାଲ ଓ ସ୍କ୍ୱାର୍ଡ ପାଟ୍ରୋଲିଂ କରୁଥିବା ବେଳେ ଗାଡ଼ିକୁ ଯାଞ୍ଚ କରି କାଠ ସହ ଜଣକୁ ଗିରଫ କରିଥିଲେ। ପାଟଣାଗ ର କିର୍ତିଚନ୍ଦ୍ର ସାଣ୍ଡ କୁ ଗିରଫ କରିଥିବା ବେଳେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଥିଲା। ପ୍ରାୟ ୮୦ କ୍ଵିଣ୍ଟାଲ ଖଇର କାଠ ଜବତ କରିଥିବା ବେଳେ କାଠର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ବିଭାଗ ସୂଚନା ଦେଇଛି l ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଡ୍ରାଇଭର କୁ ଶୀଘ୍ର ଗିରଫ କରାଯିବ ବୋଲି ରେଞ୍ଜର ଜାଲ ସୂଚନା ଦେଇଛନ୍ତି l