ବ୍ରହ୍ମପୁର ,୨୫।୩ : ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଗାଳି ଗୁଲଜ ଓ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରିଲା ଗୋଳନ୍ଥରା ପୁଲିସ  ।  ଗିରଫ ଅଭିଯୁକ୍ତ ଜଣକ ହେଲେ ମିଥିନ ଗୌଡ। 

ପୋଷ୍ଟ ଅଫିସ ଭିତରେ ପଶି ଦୁଇଜଣ କର୍ମଚାରୀଙ୍କୁ ୪ ଜଣ ଆକ୍ରମଣ କରିଥିବା ନେଇ ପୋଷ୍ଟ ମାଷ୍ଟର ଥାନାରେ କରିଥିଲେ ଅଭିଯୋଗ । ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରି ମିଥିନ ଗୌଡ଼ଙ୍କୁ ଗିରଫ  କରିଛି। ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୁଲିସ ।