ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଫ୍ଲାଟ୍‌ ଦେବାକୁ କହି କୋଟି କୋଟି ଟଙ୍କା ଠକେଇ : ଅଲ୍‌ଟ୍ରା ଲୁକ୍‌ ଭେନ୍‌ଚର୍ସ ଏମ୍‌ଡି ଗିରଫ

Published By : Suraj Kumar | March 25, 2025 12:04 AM

ଭୁବନେଶ୍ୱର,୨୪ ।୩: ଫ୍ଲ।ଟ୍‌ ଓ ଜମି ଯୋଗାଇ ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ।  ଏହି ଘଟରାରେ ଖାରବେଳନଗର ଥାନା ପୁଲିସ ଅଲଟ୍ରା ଲୁକ୍‌ ଭେନ୍‌ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡିଙ୍କୁ ଗିରଫ କରିଛି । ତାଙ୍କ ନାମ ନରୋତ୍ତମ ମହାନ୍ତି(୪୩) । ଘର ବଲେଶ୍ୱର ସୋର ଥାନା ମଙ୍ଗଳପୁର । ସେ ସୋନପୁର ଧୋବାବାହାଲି ରୋଡ୍‌ରେ ରହୁଥିଲେ । 

ନରୋତ୍ତମ ଖାରବେଳନଗର ପ୍ଲଟ୍‌ ନଂ-୨୬୯ରେ ଏମ୍‌ଏସ୍‌ ଅଲଟ୍ରା ଲୁକ୍‌ ଭେନ୍‌ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ବିଲ୍ଡର ସଂସ୍ଥା ଖୋଲିଥିଲେ । ପୁଲିସ ସୂଚନା ଅନୁଯାୟୀ, ବାଲେଶ୍ୱରର ଉମାକାନ୍ତ ପାଣିଗ୍ରାହୀ ଭୁବନେଶ୍ୱରରେ ରହୁଥିଲେ । ସେ ସିଆରପିଏଫ୍‌ର ଜଣେ କନ୍‌ଷ୍ଟେବଳ ଭାବେ ଛତିଶଗଡ଼ରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱରରେ ମା’ ସନ୍ତୋଷୀ ଏନ୍‌କ୍ଲେଭରେ ଏକ ଫ୍ଲାଟ୍‌ କିଣିବା ପାଇଁ ସେ ନରୋତ୍ତମଙ୍କୁ ୧୮ ଲକ୍ଷ ୬୫ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ । ହେଲେ ନରୋତ୍ତମ ତାଙ୍କୁ ଫ୍ଲାଟ୍‌ ଦେଇ ନଥିଲେ । ଉମାକାନ୍ତ ଟଙ୍କା ଫେରସ୍ତ ମାଗିବାରୁ ନରୋତ୍ତମ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ । ଏନେଇ ଉମାକାନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଉମାକାନ୍ତଙ୍କ ପରି ଅନ୍ୟ ୨ ଜଣ ମଧ୍ୟ ନରୋତ୍ତମଙ୍କ ବିରୋଧରେ ୧୦ ଲକ୍ଷ ଏବଂ ୧୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ନରୋତ୍ତମଙ୍କ ନାମରେ ଖାରବେଳନଗର ଥାନା ସମେତ ତମାଣ୍ଡୋ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଜମି ଠକେଇ ମାମଲା ଥିବା ଜଣା ପଡ଼ିଛି । ପୁଲିସ ଗତକାଲି ରାତିରେ ନରୋତ୍ତମଙ୍କୁ ଉଠାଇ ଆଣିଥିଲା । ତାଙ୍କ ଠାରୁ ବିଭିନ୍ନ ଜମିଜମା କାଗଜପତ୍ର, ୨ଟି ମୋବାଇଲ ଫୋନ୍‌, ଅନେକ ପରିଚୟପତ୍ର, ଗୋଟିଏ କାର୍‌, ମାଉଜର ସହ ୯ ରାଉଣ୍ଡ୍‌ ଗୁଳି ଜବତ କରିଥିଲା । ସୋମବାରନରୋତ୍ତମଙ୍କୁ କୋର୍ଟ ଚାଲାଣ କରା ଯାଇଛି । ନରୋତ୍ତମ ଏପରି କେତେ ଲୋକଙ୍କୁ ଠକିଛନ୍ତି ସେନେଇ ପୁଲିସ ଖୋଳତାଡ଼ ଚଳାଇଛି । ଆବଶ୍ୟକ ପଡିଲେ ନରୋତ୍ତମଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.