PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବୀରମହାରାଜପୁରରେ ପ୍ରଥମ ଥର ପାଇଁ ଏକ ଦିବସୀୟ ହକି ଟୁର୍ଣ୍ଣାମେଣ୍ଟ

ବୀରମହାରାଜପୁର ୨୦/୧୧: ସୋନପୁର ଜିିଲ୍ଲା ବୀରମହାରାଜପୁର ହାଇସ୍କୁଲ ପଡିଆରେ ବୀରମହାରାଜପୁରରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ହକିଖେଳକୁ ବୀରମହାରାଜପୁର ସହକାରୀ ଜିଲ୍ଲାପାଳ ଅଜିତ ଲୁମାର ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ୬ ଟି ଦଳକୁ ନେଇ ଆୟୋଜିତ ହକି ଟୁର୍ଣ୍ଣାମେଣ୍ଟରେ ଏସ ପତ୍ରାପାଳି, ଜଉଁରାଭଉଁରା, ଗୋବିନ୍ଦପୁର, ଗିନ୍ଦିଲମାଳ, ସର୍ଦ୍ଧାପାଲି ଦଳକୁ ନେଇ ଆୟୋଜିତ ହେଉଥିବାବେଳେ ଆୟୋଜକ ସତ୍ୟବାନ ପୁରୋହିତ, ସତ୍ୟବ୍ରତ ପଧାନ, ନୀଳକମଲ ମିଶ୍ର , ପିତାମ୍ବର ସାହୁ ଥିବା ବେଳେ ବକ୍ସି ଆସୋସିଏସନ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।