ଝରିଗାଁ, ୩୦।୩ ( ଆ ପ୍ର ) : ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତରେ କଳସ ଶୋଭାଯାତ୍ରା ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୀତବାସ ମାଝୀ ।
ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତରେ କଳସ ଯାତ୍ରା ଚାଲିଛି। ମା’ ଜଗତ ଜନନୀ ଙ୍କ କଳସ ଗାଁ ପରିକ୍ରମା କରୁଥିଲା। ଏହି ସମୟରେ ସ୍ଥାନୀୟ ହାଟପଦା ନିକଟରେ ଥିବା ବ୍ୟବସାୟୀଙ୍କ ଘରେ ବସା ବାନ୍ଧିଥିବା ମହୁମାଛି ଜଣଙ୍କୁ ଆକ୍ରମଣ କରିଥିଲା। ମହୁମାଛି ଆକ୍ରମଣ ପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ତେବେ ପୀତବାସଙ୍କୁ ଡାକ୍ତରଖାନା ଆଣିବା ବାଟରେ ହିଁ ମୃତ୍ୟୁ ହୋଇଥିଲା। ସେହିପରିପ୍ରାୟ ପନ୍ଦରରୁ ଅଧିକ ଜଣ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ହେଲେ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣା ପଡିଛି।