ନୂଆଦିଲ୍ଲୀ ୧୧/୦୪: ଭାରତରେ ବିବାହକୁ ସେତିକି ଗୁରୁତ୍ୱ ଦିଆଯାଏ ଯେତିକି ପାଠ ପଢିବା କିମ୍ବା ଚାକିରି କରିବାକୁ ଦିଆଯାଏ। କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଉଛି ଯେ ପ୍ରତ୍ୟେକ ୪ଜଣରେ ଜଣେ ବ୍ୟକ୍ତି ସିଙ୍ଗଲ୍ ରହୁଛନ୍ତି। ଅର୍ଥାତ୍ ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି ବିବାହ କରୁନାହାଁନ୍ତି। କିନ୍ତୁ ଏବେ ବିବାହ ନ କରିବାର ଅର୍ଥ ଏହା ନୁହେଁ ଯେ ତାଙ୍କୁ କେହି ଯୋଗ୍ୟ ଭାବୁନାହାଁନ୍ତି କିମ୍ବା ସେ ସୁନ୍ଦର ନୁହନ୍ତି। ଏହାର ଅର୍ଥ ହେଉଛି ଲୋକେ ବିବାହ ନ କରିବାକୁ ଭାବିଚିନ୍ତି ନିଷ୍ପତି ନେଉଛନ୍ତି । କାରଣ ନୂତନ ଜେନେରେସନର ପ୍ରାଥମିକତା ବଦଳିଯାଇଛି। ଲୋକଙ୍କ ପାଇଁ ସ୍ୱାଧିନତା ଏବେ ଅଧିକ ଜରୁରୀ ହୋଇଛି। ସେମାନଙ୍କ ପାଇଁ ପତ୍ନୀ-ପିଲାଙ୍କ ଅପେକ୍ଷା ନିଜେ ଆଗକୁ ବଢିବା ଅଧିକ ଜରୁରୀ ହୋଇପଡିଛି।
ବିଶେଷଜ୍ଞଙ୍କ ମତରେ ବିବାହ ନକରିବାର ପ୍ରଥମ କାରଣ ହେଉଛି, କ୍ୟାରିୟରକୁ ଆଗକୁ ବଢାଇବାରେ ବିବାହ ବାଧା ଦେଉଛି। ଦ୍ୱାତୀୟ କାରଣ ହେଉଛି ସ୍ୱାଧିନତା ହରାଇବା କାହାକୁ ପସନ୍ଦ ଆସୁନାହିଁ। ତୃତୀୟ କାରଣ ହେଉଛି ଟେକ୍ନୋଲୋଜି ସମ୍ପର୍କକୁ ବଦଳାଇ ଦେଇଛି। କାରଣ ଯେଉଁସବୁ ଡେଟିଂ ଆପ୍ ରହିଛି ସେଥିରେ ବିଭିନ୍ନ ପ୍ରକାରର ବିକଳ୍ପ ରହିଛି। ଏତେ ଅଧିକ ବିକଳ୍ପ ରହିଛି ଯେ ଯାହାଦ୍ୱାରା ଉପଯୁକ୍ତ ପସନ୍ଦ ବାଛିବା କଷ୍ଟକର ହୋଇପଡୁଛି। ତେବେ ଏହି ଅଧିକ ବିକଳ୍ପ ନା ଏକଲାପଣକୁ ଦୂର କରିପାରୁଛି ନା ଜୀବନରେ ସୁଖ-ଶାନ୍ତି ଦେଇପାରୁଛି । ଚତୁର୍ଥ କାରଣ ହେଉଛି ଟଙ୍କା ରୋଜଗାର କରିବାର ଚାପ ଅଧିକ ରହିଛି। କାରଣ ଲୋକଙ୍କୁ ଦାରିଦ୍ରତା ଡରାଇବାରେ ଲାଗିଛି। ତେଣୁ ଅଭାବରେ ବଞ୍ଚିବା ଅପେକ୍ଷା ଲୋକମାନେ ଭାବୁଛନ୍ତି କି ଆମେ ଅଧିକ କାମ କରିବା ଏବଂ ଅଧିକ ରୋଜଗାର କରିବା।
ଏଥିସହିତ ଗବେଷଣାରୁ ଅନ୍ୟ ଏକ କଥା ସାମ୍ନାକୁ ଆସିଛି କି ସିଙ୍ଗଲ ଲୋକମାନେ ଗଭୀର ଭାବରେ ବନ୍ଧୁତା ରଖନ୍ତି। ତାଙ୍କର ସାମାଜିକ ବ୍ୟବହାର ଟିକେ ଅଧିକ ଯୁକ୍ତିଯୁକ୍ତ ହୋଇଥାଏ। ତେବେ ଫରକ କେବଳ ଏହା ହେଉଛି କି ଯାହାକୁ ଖୁସିର ଚାବିକାଠି କୁହାଯାଉଥିଲା ତାହା କେବଳ ବିବାହ ଏବଂ ପିଲା ମଧ୍ୟରେ ସୀମିତ ନାହିଁ । ରଲେସନସିପ୍ ଷ୍ଟାଟସ୍ ଯାହା ବି ହେଉ ନା କାହିଁକି ସିଙ୍ଗଲ ହୁଅନ୍ତୁ, କିମ୍ବା ମ୍ୟାରେଡ୍ , ଜୀବନରେ ସୁଖ, ଶାନ୍ତି, ଖୁସି ଏବଂ ସ୍ୱାଧିନତା ରହିବା ଜରୁରୀ।
ଆହୁରି ପଢ଼ନ୍ତୁ...ପାରମ୍ପରିକ ସମ୍ପର୍କରେ ପରିବର୍ତ୍ତନ, ଏକ୍ସଟ୍ରା ମାରିଟାଲ୍ ଡେଟିଂ ଆପ୍ରେ ବଢୁଛନ୍ତି ମହିଳା