ଡିକି ଭାଙ୍ଗି ଚାଷୀଙ୍କ ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Representative image
ରାଉରକେଲା,୬।୭ ଡିକି ଭାଙ୍ଗି ଚାଷୀଙ୍କ ଏକଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ର ଶିକାର ହୋଇଛନ୍ତି ଗୋପିନାଥପୁର ଗ୍ରାମର ଚାଷୀ। ବ୍ୟାଙ୍କ ରୁ ଟଙ୍କା ଉଠାଇ ବାଇକ୍ ଯୋଗେ ଗୋପିନାଥପୁର ଗ୍ରାମର ଜଣେ ଚାଷୀ ଲ୍ୟାମ୍ପସ ଯାଇଥିଲେ। ଲ୍ୟାମ୍ପସ ସମ୍ମୁଖରେ ବାଇକ ରଖିଥିଲେ । ଏହି ସମୟରେ ତାଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲ୍ୟାମ୍ପସରୁ ଚାଷୀ ଜଣକ ଆସିବା ପରେ ଡିକି ଭଙ୍ଗା ହୋଇଥିବା ଓ ଟଙ୍କା ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ଚାଷୀ ଜଣକ ଥାନାରେ ଜଣାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।