ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୪୮ ଲକ୍ଷ ଟଙ୍କାର ଲୁଟ୍ ସୁନା ଜବତ, ଜୁଏଲାରୀ କର୍ମଚାରୀ ଗିରଫ

Published By : Suraj Kumar | March 10, 2025 6:15 PM

କଟକ,୧୦।୩ : କଟକର ଏକ ଜୁଏଲାରୀ ଦୋକାନରେ କାମ କରୁଥିବା ବେଳେ ପ୍ରତିଦିନ ଅଳ୍ପ ଅଳ୍ପ ସୁନା ଚୋରି କରୁଥିଲେ ଜଣେ କର୍ମଚାରୀ। ଦୋକାନୀ ମାଲିକ ଏହା ଜାଣିବା ପରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। କଟକ ପୁରୀଘାଟ ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲାଲବାଗ ଅଞ୍ଚଳର ସତ୍ୟନାରାୟଣ ସାହୁ। ଅଭିଯୁକ୍ତ ନିକଟରୁ ପୋଲିସ ୪୮ ଲକ୍ଷ ଟଙ୍କାର ସୁନା ଜବତ କରିଛି। 

ସତ୍ୟ ନାରାୟଣ ଦୀର୍ଘ ବର୍ଷ ଧରି ନୟାସଡ଼କ ଅଞ୍ଚଳରେ ଥିବା ସୁରଜ୍  ଜୁଏଲାରୀରେ କାର୍ଯ୍ୟ କରୁଥିଲେ। ତେବେ ସେ ପ୍ରତିଦିନ ଦୋକାନରୁ ଅଳ୍ପ ଅଳ୍ପ ସୁନା ଚୋରି କରୁଥିଲେ। ଦୋକାନ ମାଲିକ  ସୁକୁମାର ବୋଇତାଳ ଏହା ଜାଣିବା ପରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସତ୍ୟନାରାୟଣ ସାହୁକୁ ଗିରଫ କରିଥିଲା। ଏଥି ସହ ସତ୍ୟନାରାୟଣଙ୍କ ଠାରୁ ୪୮ ଲକ୍ଷ ଟଙ୍କା ସୁନା ଜବତ କରିଛି। ସତ୍ୟନାରାୟଣ ବିଭିନ୍ନ ସମୟରେ ଦୋକାନରୁ ଏହି ସୁନା ଚୋରି କରି  ବିଭିନ୍ନ ସ୍ଥାନରେ ରଖିଥିଲା। ସତ୍ୟନାରାୟଣକୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଡିସିପି ରିଶିକେଶ ଦାନଦେଓ ଖିଲରୀ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.