ଗାଧୋଇବା ସମୟରେ ଖରସ୍ରୋତା ନଦୀରେ ବୁଡି ଜଣେ ନିଖୋଜ

କୁଆଖିଆ ୭/୩: ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ସ୍ତିତ ଖରସ୍ରୋତା ନଦୀରେ ଆଜି ଅପରାହ୍ନରେ ଜଣେ ବୁଡି ନିଖୋଜ ହୋଇଥିବା ଜଣାପଡିଛି। ଖବର ନେବାରେ ଜଣାପଡିଛି ନିକଟସ୍ଥ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ୩ ଜଣ ଯୁବକ ଉକ୍ତ ସ୍ଥାନରେ ଅପରାହ୍ନ ସମୟରେ ଗାଧୋଇବାକୁ ଆସିଥିଲେ। ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ନଦୀରେ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଯାଜପୁର ଥାନା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି। ତେବେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।