PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଆମାଜନର ଏହି ଗୋଟିଏ ଭୁଲ ପାଇଁ ୯ ଲକ୍ଷର କ୍ୟାମେରା ବିକ୍ରି ହେଲା ୬୫୦୦ ଟଙ୍କାରେ

ନୂଆଦିଲ୍ଲୀ,୨୩।୭: ଇ-କମର୍ସ ଓ୍ବେବସାଇଟ୍ ଆମାଜନ ପ୍ରାଇମ ଡେ ସେଲର ଅପେକ୍ଷା ସମସ୍ତଙ୍କୁ ରହିଥାଏ। ଯେଉଁଠି ଲୋକମାନଙ୍କୁ ଖୁବ୍ ଡିସକାଉଣ୍ଟ ମିଳିଥାଏ। ଚଳିତ ବର୍ଷ ପ୍ରାଇମ ଡେ ସେଲ୍ ୧୫ ଜୁଲାଇରୁ ନେଇ ୧୬ ଜୁଲାଇ ପର୍ଯ୍ୟନ୍ତ ରହିଥିଲା। ଏହି ସେଲ୍ କେବଳ ଭାରତ ନୁହେଁ ବଂର ସାରା ବିଶ୍ବରେ ମଧ୍ୟ ଚାଲିଥିଲା। ଆମାଜନ ପ୍ରାଇମ ଡେ ସେଲରେ ଏକ ଭୁଲର ଫାଇଦା ଜଣେ ବ୍ୟକ୍ତି ଉଠାଇଛନ୍ତି। ଗୋଟିଏ କ୍ୟାମେରା ଗିୟରର ମୂଲ୍ୟ ୯ ଲକ୍ଷ ଟଙ୍କା ଥିବା ବେଳେ ଭୁଲରେ ମୂଲ୍ୟ ୬୫୦୦ ଟଙ୍କା ରଖାଯାଇଥିଲା। ବ୍ୟକ୍ତି ଜଣକୁ ଏତେ କମ୍ ଟଙ୍କାରେ ଦେଖି ଏହାକୁ କିଣିବାକୁ ଅର୍ଡର ଦେଇଥିଲେ।

କମ୍ପାନୀ ଯେତେବେଳେ ନିଜର ଏହି ଭୁଲ ଦେଖିଥିଲା ଏହାର ମୂଲ୍ୟକୁ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରିଥିଲା। କିନ୍ତୁ ହଟାଇବା ପୂର୍ବରୁ କିଛି ଲୋକ ଏହାକୁ କିଣିସାରିଥିଲେ ଅନଲାଇନ୍ ଯୋଗେ। ୯ଲକ୍ଷ ଟଙ୍କାର କ୍ୟାମେରାକୁ ୬୫୦୦ ଟଙ୍କାରେ କିଣିଥିବା ଲୋକମାନେ ଆମାଜନର ମାଲିକ ଜେଫ୍ ବେଜୋସଙ୍କୁ ଧନ୍ୟବାଦ କହିଛନ୍ତି ଓ ଆମାଜନର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି କମ୍ପାନୀରୁ କିଣିଥିବା ଏହି କ୍ୟାମେରା ଗିୟରରୁ ଡେଲିଭରି କରିଥାଏ କି ନାହିଁ ? ଲୋକମାନେ କ୍ୟାନନର EF 800mm f/5.6L ISକୁ କିଣିଛନ୍ତି।

କ୍ୟାନନର EF 800mm f/5.6L IS କ୍ୟାମେରା ଆମାଜନରେ ୬୫୦୦ ଟଙ୍କାରେ ଥିଲା। କିଛି ସମୟ ରହିବା ପରେ ଏହାକୁ ହଟାଇ ଦିଆଯାଇଥିଲା। ଜଣେ ବ୍ୟକ୍ତି ରେଡିଟରେ ଉଲ୍ଳେଖ କରିଛନ୍ତି- ମୁଁ ଗତ ରାତିରେ ପ୍ରାଇମ ଡେ ସେଲରେ ୩ ହଜାର ଡଲାରର ଏକ କ୍ୟାମେରାକୁ କେବଳ ୯୪ ଡଲାରରେ କିଣିଛି। ଆପଣଙ୍କୁ କ’ଣ ଲାଗୁଛି? ଏହା ଶିପ୍ କରିବା ନା କ୍ୟାନସଲ କରିବ? କାରଣ ଏହା ବହୁତ ବଡ଼ ଗଡ଼ବଡ଼ । ଉଲ୍ଲେଖନୀୟ ଯେ, କ୍ୟାନନର ଏହି ଗେୟର ପ୍ରଫେସନାଲ ବ୍ୟବହାର କରନ୍ତି। ବହୁତ କମ୍ ଲୋକ ଏହାକୁ ସର୍ଚ୍ଚ କରନ୍ତି।