ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୋବାଇଲର ଗୋଟିଏ ନୋଟିଫିକେସନ ଆପଣଙ୍କ ଭବିଷ୍ୟତକୁ କରି ପାରେ ନଷ୍ଟ, ରିସର୍ଚ୍ଚରେ ଆଶ୍ଚର୍ଯ୍ୟକର ଖୁଲାସା

Published By : Prameya | October 6, 2024 7:40 PM

ନୂଆଦିଲ୍ଲୀ – ବିଗତ କିଛି ବର୍ଷ ମଧ୍ୟରେ ବିଜ୍ଞାନ ଖୁବ୍ ଅଗ୍ରଗତି କରିଛି। ଦୁନିଆ ହୋଇ ଯାଇଛି ସ୍ମାର୍ଟ ଏବଂ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରୁ ଏବେ ଲୋକଙ୍କ ହାତରେ ସ୍ମାର୍ଟଫୋନ୍‌ ଆସି ସାରିଛି। କିନ୍ତୁ ଯେଉଁଠି ଦୁନିଆ ଆଗେଇ ଥିବା ବେଳେ ସେଠାରେ ଦୁନିଆର ଏହି ଅଗ୍ରଗତି ଲୋକଙ୍କ ପାଇଁ କିଛି ଅଜଣା ସମସ୍ୟା ଠିଆ କରି ଦେଇଛି। ପ୍ରଥମେ କେବଳ ଲୋକଙ୍କ ସହ କଥାବାର୍ତ୍ତା ପାଇଁ ଫୋନ୍‌ର ବ୍ୟବହାର ହେଉଥିଲା। କିନ୍ତୁ ଏବେ କହିବାକୁ ଗଲେ ସବୁ କାମରେ ଫୋନର ବ୍ୟବହାର କରାଯାଉଛି। 

କିନ୍ତୁ ଆବଶ୍ୟକ ଓ ସୁବିଧା ପାଇଁ ନୁହେଁ , ବରଂ ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି , ଯିଏକି ବିନା ଆବଶ୍ୟକତାରେ ନିଜର ଅନେକ ସମୟରେ ଫୋନ୍‌ରେ ବିତାଇ ଦେଇଥାନ୍ତି। ଫୋନ୍‌ ବ୍ୟବହାର କରୁଥିବା ଲୋକଙ୍କୁ ଜଣାପଡ଼ି ନଥାଏ , ସ୍ମାର୍ଟଫୋନର ଗୋଟିଏ ନୋଟିଫିକେସନ ତାଙ୍କ ଦିନର କେତେ ସମୟ  ନଷ୍ଟ କରି ଦେଇ ଥାଏ। ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ ଏହା ଉପରେ ରିସର୍ଚ୍ଚ କରିଛି। ଯେଉଁଥିରେ ଖୁବ୍‌ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି। 

ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ରିସର୍ଚ୍ଚ ମୁତାବିକ, ଫୋନର ଗୋଟିଏ ନୋଟିଫିକେସନ ଚେକ୍‌ କରିବାକୁ ଯେବେ ଜଣେ ଫୋନ୍‌ ଉଠାଇ ଥାଏ , ତ ତାଙ୍କୁ ପୁଣି ନିଜ କାମରେ ଫୋକସ କରିବା ବେଳେ ୨୩ ମିନିଟର ସମୟ ଲାଗି ଯାଏ । ଅର୍ଥାତ୍‌ ଯଦି ଆପଣ ଗୋଟିଏ ଦିନରେ କେବଳ ୪ଟି ନୋଟିଫିକେସନ ଚେକ୍‌ କରୁଛନ୍ତି ତ ଆପଣଙ୍କର ପାଖାପାଖି ଦେଢ ଘଣ୍ଟାର ସମୟ ନଷ୍ଟ ହୋଇଯାଏ। ଯଦି ଆପଣ କୌଣସି ଜରୁରି କାମକୁ କରିବା ବେଳେ ଫୋନ୍‌ ପାଖରେ ରଖିଥାନ୍ତି ତ ଫୋନର ଏକ ନୋଟିଫିକେସନ ସେହି ଜରୁରି କାମରେ ଆପଣଙ୍କର ଧ୍ୟାନ ଭଙ୍ଗ କରି ଦିଏ। ଆପଣଙ୍କ ମସ୍ତିଷ୍କ ବାରମ୍ୱାର କନ୍ସଷ୍ଟ୍ରେସନ ଲୁଜ୍‌ କରିଥାଏ। ଆପଣ ଗୋଟିଏ କାମକୁ ଫୋକସ କରି ପୂରା କରି ପାରନ୍ତି ନାହିଁ । ଆଉ ଥରେ ସେହି କନ୍ସଷ୍ଟ୍ରେସନ ସହ କାମ କରିବାରେ ଆପଣଙ୍କ ଖୁବ୍‌ ସମୟ ବର୍ବାଦ ହୋଇ ଯାଏ। ଏହାପରେ ସେହି ଲକ୍ଷ୍ୟକୁ ପୂରା ହେବାରେ ଖୁବ୍‌ ସମୟ ଲାଗି ଥାଏ। 

ଆମେରିକାର କମ୍ପାନୀ ଅସୁରିୟନର ଏକ ଅଧ୍ୟୟନ ମୁତାବିକ, ଆମେରିକୀୟ ମାନେ ଦିନରେ ୩୫୨ ଥର ଫୋନ୍‌ ଚେକ୍‌ କରିଥାନ୍ତି। ଏହି ଅଧ୍ୟୟନରେ ଉକ୍ତ ଖୁଲାସା ମଧ୍ୟ ହୋଇଛି କି, ଆମେରିକାର ୪୯ ପ୍ରତିଶତ ଲୋକ ଫୋନ୍‌ ଆଡିକ୍ସନର ଶିକାର ହୋଇଛନ୍ତି। ଅର୍ଥାତ୍‌ ତାଙ୍କୁ ପ୍ରତି ସମୟରେ ନିଜ ପାଖରେ ଫୋନ୍‌ ଦରକାର ହୋଇଥାଏ।

ୱାର୍ଲ୍ଡ ଅଫ୍‌ ଷ୍ଟାଟିସଟିକ୍ସର ରିପୋର୍ଟ ମୁତାବିକ,ସ୍ମାର୍ଟଫୋନ ଆଡିକ୍ସନର ତାଲିକାରେ ଭାରତ ୧୭ତମ ସ୍ଥାନରେ ରହିଛି। ସେପଟେ ଆମେରିକା ୧୮ତମ ସ୍ଥାନରେ। ଏହି ତାଲିକାରେ ପ୍ରଥମ ସ୍ଥାନରେ ଚୀନ ଅଛି। ଦ୍ୱିତୀୟ ସ୍ଥାନରେ ସାଉଦୀ ଆରବ , ୩ୟ ସ୍ଥାନରେ ମାଲେସିଆ , ୪ର୍ଥ ସ୍ଥାନରେ ବ୍ରାଜିଲ ଓ ୫ମ ସ୍ଥାନରେ ସାଉଥ୍‌ କୋରିଆ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.