କଟକ,୦୩/୨୫: କଟକ ମଧୁପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା । ଆତ୍ମଘୋଷିତ ବାବାଙ୍କ ନାମରେ ଆସିଛି ଅସଦାଚରଣ ଅଭିଯୋଗ । ଭିକ୍ଷା ମାଗିବାକୁ ଆସି ନାବାଳିକାକୁ ଅସଦାଚରଣ କରିଛନ୍ତି ବାବା। ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି ।
ସୂଚନାନୁସାରେ, କଟକ ମଧୁପାଟଣା ଥାନା ଅନ୍ତର୍ଗତ କାଜିଢିଅ ଅଞ୍ଚଳରେ ଆଜି ଦିନ ୧୦ ଟା ସମୟରେ ଜଣେ ବାବା ଭିକ୍ଷା ବୃତ୍ତି ପାଇଁ ଆସିଥିଲେ । ବାହାରେ ଛିଡ଼ା ହୋଇ ଭିକ୍ଷା ମାଗିବାରୁ ଘରର ମାଲିକ ତାଙ୍କ ୭ବର୍ଷର ଝିଅକୁ କହିଥିଲେ ବାବାଙ୍କୁ ନେଇ ଟଙ୍କା ଦେବାକୁ । ଏହାର ସୁଯୋଗ ନେଇ ବାବା ଜଣଙ୍କ ଉକ୍ତ ନାବାଳିକାକୁ ଅସଦାଚରଣ କରିଥିଲେ ।
ପରେ ନାବାଳିକା ଭୟଭୀତ ହୋଇ ପରିବାର ଲୋକଙ୍କୁ ଡାକିବା ଫଳରେ ବାବା ଜଣକ ସେଠାରୁ ଖସି ପଳାଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନେଇ ନିର୍ଧୁମ୍ ଛେଚିବା ପରେ ମଧୁପାଟଣା ଥାନାକୁ ଯୋଗାଯୋଗ କରିଥିଲେ । ପୁଲିସ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି ।