ଲାଞ୍ଜିଗଡ ବେଦାନ୍ତ ରିଫାଇନାରୀରେ ଆନ୍ଦୋଳନକାରୀ-ପୋଲିସ ମୁହାଁମୁହିଁ, ଜଣେ ଆନ୍ଦୋଳନକାରୀ ମୃତ

କଳାହାଣ୍ଡି ୧୮/୩: ଲାଞ୍ଜିଗଡ ବେଦାନ୍ତ ରିଫାଇନାରୀରେ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁରେ ଜଣେ ଆନ୍ଦୋଳନକାରୀ ମୃତ । ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଆନ୍ଦୋଳନ କରୁଥିଲେ ଶ୍ରମିକ । ଏହି ସମୟରେ କିଛି ଶ୍ରମିକ ରିଫାଇନାରୀ ପରିସରକୁ ଧସେଇ ପଶିବାକୁ ଉଦ୍ଯମ କରୁଥିବାବେଳେ ପୋଲିସର ଲାଠି ମାଡରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ଯୁ ଘଟିଛି । ୩ଜଣ ଆନ୍ଦୋଳନକାରୀ ଗୁରୁତର ଅବସ୍ଥାରେ ଲାଞ୍ଜିଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପୋଲିସ ଓ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ଫଳରେ ୩୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ ହେଲେ ଦାନୀ ପାତ୍ର । ମୃତ୍ୟୁ ପରେ ପରିସ୍ଥିତି ଅଧିକ ଗମ୍ଭୀର ହେବାରୁ ୧୪୪ ଧାରା ଲାଗୁ କରିଛି ପୋଲିସ ।