ଫିରିଙ୍ଗିଆ, ୧୬/୩ : ଫୁଲବାଣୀ ଅବକାରୀ ବିଭାଗ ଓ ଅବକାରୀ ମୋବାଇଲ ଟିମ ଦ୍ୱାରା ପୃଥକ ୩ ଟି ସ୍ଥାନରେ ଚଢାଉ କରି ୧ କୁଇଣ୍ଟାଲ ୪୧ କେଜି ଗଞ୍ଜେଇ ସହ ଦୁଇ ଟି କାର ଜବତ କରିଛି। ଅବକାରୀ ପୁଲିସ ହାତରେ ୫ ଜଣ ଧରାପଡିଛନ୍ତି।

ଗୋଚ୍ଛାପଡା ଥାନା ଅଞ୍ଚଳ ବାଲନ୍ଦା ପଡା ପଞ୍ଚାୟତ କଞ୍ଜାମାଇଁ ଗାଁ ନିକଟରେ ଥିବା ଜଙ୍ଗଲରେ ଏକ ଗଛ ମୂଳେ ଚାରୋଟି ବସ୍ତାରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି ଚାରୋଟି ବସ୍ତାରେ ଭର୍ତ୍ତି ହୋଇଥିବା ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲେ । ସେହିଭଳି ଫୁଲବାଣୀ ମେଡିକାଲ ଛକରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା। କାର ଜବତ କରିବା ସହ କାର ଡ୍ରାଇଭର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଲଖଣ ପୁର ଗାଁର ରାଜେଶ ବେହେରାଙ୍କ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ଏକ ନାବାଳକକୁ ଅଟକ ରଖିଛି l

ସେହିଭଳି ଫୁଲବାଣୀ ମେଡିକାଲ ଛକ ନିକଟରେ ଅନ୍ୟ ଏକ କାରକୁ ଅଟକାଇ ଯାଞ୍ଚ ବେଳେ କାର ସହ କୋଡିଏ କିଲୋ ଗଞ୍ଜେଇ ଏବଂ ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଞ୍ଚାୟତ କଟାପଙ୍ଗା ଗାଁର ଲବ ଦିଗାଲ ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଭାବପୁର ଗାଁର ମନୋଜ କୁମାର ତାମୁଖିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି l ଅବକାରୀ ବିଭାଗ ଏବଂ ଅବକାରୀ ମୋବାଇଲ ଟିମର ଚଢ଼ାଉରେ ଇନ୍ସପେକ୍ଟର ରଙ୍କନିଧି ମଲିକ ଓ ଇନ୍ସପେକ୍ଟର ବିନୋଦ ବାସ୍କେ ଙ୍କ ସହ ଅବକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ l