ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଟୋ ସହ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Suraj Kumar | April 13, 2025 8:32 PM

ମାଲକାନଗିରି, ୧୩/୪ (ଆପ୍ର ) ମାଲକାନଗିରି ବ୍ଲକ ସ୍ଥ ଛତିଶଗଡ଼ ସୀମାନ୍ତ ଟିଟିବିରୀ ରାସ୍ତାରେ ଏକ ଅଟୋରୁ ଏକ କୁଇଣ୍ଟାଲ ଗଞ୍ଜେଇ ଅବକାରୀ ପୋଲିସ ଜବତ କରିଛି। ଏଥିସହ ଜଣକୁ ପୋଲିସ ଗିରଫ କରିଛି। 

 ମାଲକାନଗିରି ଅବକାରୀ ଥାନା   ସବ- ଇନସପେକ୍ଟର ଅମିୟ କୁମାର ଖଞ୍ଜା, ଏଏସ ଆଇ ଜେମେସ ମାଲଖମ୍ ସାହୁ,କନେଷ୍ଟବଳ ଆନନ୍ଦ ପ୍ରଧାନ, ବିପୁଲ ଶେଖର ଯୋଦ୍ଧର, ପବିତ୍ରଭତ୍ରା ପ୍ରମୁଖ ମାଲକାନଗିରି ବ୍ଲକ ସ୍ଥ ଛତିଶଗଡ଼ ସୀମାନ୍ତ ଟିଟିବିରୀ ରାସ୍ତା ରେ ପାଟ୍ରୋଲିଂ ଡ୍ୟୁଟି କରୁ ଥିଲେ।  ଗୋଟିଏ ଅଟୋ ଦ୍ରୁତ ଗତି ରେ ମାଲକାନଗିରି ରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା।ତାକୁ ଗୋଡ଼ାଇ ଧରି ଗାଡି ଯାଞ୍ଚ କରିବାରୁ ସେଥିରେ ଜରି ବସ୍ତା ରେ ଗଞ୍ଜେଇ ଥିବାର ଦେଖିଥିଲେ। ଗାଡି ଚାଳକକୁ  ଗିରଫ କରି ଗଞ୍ଜେଇ ଗାଡିକୁ ଅବକାରୀ ଥାନା କୁ ଆଣି ଓଜନ କରିବାରୁ ଏକ କୁଇଣ୍ଟାଲ ଗଞ୍ଜେଇ ଥିଲା ।  ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ। ଏହି ମାମଲାରେ ଚିତ୍ରକୋଣ୍ଡା ଥାନାସ୍ଥ ନୀଲୀପାର ଗ୍ରାମର ଅଟୋ ଡ୍ରାଇଭର ପ୍ରଶାନ୍ତ ଖରା କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.