ବିନିକା, ୧୭।୭ (ଆପ୍ର ) :  ବିନିକା ଦେଇ ଯାଇଥିବା ଚିରସ୍ରୋତା ମହାନଦୀରୁ ଏକ କ୍ୱିଣ୍ଟାଲର ଏକ ବୋଦା ମାଛ ମତ୍ସ୍ୟଜୀବୀ ଧରିଛନ୍ତି। ଏହି ମାଛଟିର ଲମ୍ବ ୬ ଫୁଟ ରହିଛି। ମାଛଟି ଧରାପଡିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। 

ମସ୍ୟଜୀବୀ ଅନ୍ତରାମ ମୁଦୁଲି ଓ ସୁଜିତ ସେଠୀ  ମହାନଦୀରେ ମାଛ ଧରୁଥିଲେ । ଏହି  ସମୟରେ ୬ ଫୁଟ ଲମ୍ବ ବୋଦା ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା।  ଯାହାର ଓଜନ ପ୍ରାୟ ଏକ କୁଇଣ୍ଟାଲ ହେବ I ମହାନଦୀରୁ ତିନି ଜଣ ବ୍ୟକ୍ତି ଏହାକୁ  ଟେକିକି ଆଣିଥିଲେ I ଏହି ମାଛର ଔଷଧୀୟ ଗୁଣ ରହିଛି। । ମାଛକୁ କେଜି ୩୦୦ ଟଙ୍କା ଲେଖାଏ  ବିକ୍ରି ପାଇଁ କୋଲକାତାକୁ ପଠାଯାଇଥିବା ମସ୍ୟଜୀବୀ ସୂଚନା ଦେଇଛନ୍ତି ।