ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ

Published By : Suraj Kumar | July 17, 2025 6:23 PM

ବିନିକା, ୧୭।୭ (ଆପ୍ର ) :  ବିନିକା ଦେଇ ଯାଇଥିବା ଚିରସ୍ରୋତା ମହାନଦୀରୁ ଏକ କ୍ୱିଣ୍ଟାଲର ଏକ ବୋଦା ମାଛ ମତ୍ସ୍ୟଜୀବୀ ଧରିଛନ୍ତି। ଏହି ମାଛଟିର ଲମ୍ବ ୬ ଫୁଟ ରହିଛି। ମାଛଟି ଧରାପଡିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। 

ମସ୍ୟଜୀବୀ ଅନ୍ତରାମ ମୁଦୁଲି ଓ ସୁଜିତ ସେଠୀ  ମହାନଦୀରେ ମାଛ ଧରୁଥିଲେ । ଏହି  ସମୟରେ ୬ ଫୁଟ ଲମ୍ବ ବୋଦା ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା।  ଯାହାର ଓଜନ ପ୍ରାୟ ଏକ କୁଇଣ୍ଟାଲ ହେବ I ମହାନଦୀରୁ ତିନି ଜଣ ବ୍ୟକ୍ତି ଏହାକୁ  ଟେକିକି ଆଣିଥିଲେ I ଏହି ମାଛର ଔଷଧୀୟ ଗୁଣ ରହିଛି। । ମାଛକୁ କେଜି ୩୦୦ ଟଙ୍କା ଲେଖାଏ  ବିକ୍ରି ପାଇଁ କୋଲକାତାକୁ ପଠାଯାଇଥିବା ମସ୍ୟଜୀବୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.