PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ନିଜ ପିଲାର ଫଟୋ ଦେଖାଇ ଅନଲାଇନ୍ ଭିକାରୀ ସାଜିଥିଲେ ମହିଳା,୧୭ ଦିନରେ ପାଇଲେ ଏତେ ଟଙ୍କା

ଦୁବାଇ,୧୦।୬: ୟୁଏଇରେ ଜଣେ ମହିଳା ମିଛ କହି ଲୋକଙ୍କୁ ଠକି ସେମାନଙ୍କଠାରୁ ଟଙ୍କା ନେବା ଘଟଣାରେ ଗିରଫ କରାଯାଇଛି। ମହିଳା ଜଣକଙ୍କ ଉପରେ ଅଭିଯୋଗ ରହିଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ନିଜକୁ ଅସଫଳ ବିବାହର ଶିକାର ବୋଲି କହିବା ସହ ତାଙ୍କ ପିଲାର ଲାଳନପାଳନ ପାଇଁ ଲୋକଙ୍କ ଠାରୁ ସାହାର୍ଯ୍ୟ ନିବେଦନ କରୁଥିଲେ। ମହିଳା ଜଣକ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ବିଟରରେ ନିଜର ପୋଷ୍ଟ ମାଧ୍ୟମରେ ବହୁ ଲୋକଙ୍କୁ ଠକିଥିଲେ। ସବୁଠାରୁ ବଡ କଥା ହେଲା ସେ ୧୭ ଦିନରେ ୫୦ ହଜାର ଡଲାର(୧୮୩,୫୦୦ ଦିରହମ) ପାଇ ସାରିଥିଲେ।

ପୋଲିସର କହିବା ଅନୁସାରେ, ମହିଳା ଜଣକ  ଅନଲାଇନ୍ ଆକାଉଣ୍ଟ ତିଆରି କରି ପିଲାର  ​‌ଫଟୋକୁ ସେୟାର କରିଥିଲେ। ଏହା ସହ ତା’ର ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା ମାଗିଥିଲେ। ତାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଥିବା ବେଳେ ଏବେ ପିଲାର ସବୁ ଯତ୍ନ ସେ ନେଉଛନ୍ତି କହି ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ। କିନ୍ତୁ ତାଙ୍କର ପୂର୍ବତନ ସ୍ବାମୀ ଯେତେବେଳେ ଏ ବିଷୟରେ ଜାଣିଥିଲେ ସେ କହିଥିଲେ, ଏହା ସମ୍ପୂର୍ଣ୍ଣ ମିଛ, ତାଙ୍କ ପାଖରେ ଦୁହିଁଙ୍କ ସନ୍ତାନ ଅଛି। ଅନଲାଇନ ଯୋଗେ ଭିକ ମାଗିବାକୁ ସେ ତାଙ୍କ ପିଲାର ଫଟୋକୁ ମିଛରେ ବ୍ୟବହାର କରୁଛନ୍ତି। ଅନଲାଇନ୍ ଭିକ ମାଗିବା ଅପରାଧ ଅଟେ ଓ ଦୁବାଇ ପୋଲିସ ଏହି ମାମଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସମ୍ବନ୍ଧିତ ଖବର