PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଅନ୍‌ଲାଇନ୍‌ ର‌୍ୟାପିଡ୍‌ ଚେସ୍‌: ପୁଣି ବିଶ୍ୱ ଚାମ୍ପିଅନ୍‌ଙ୍କୁ ହରାଇଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୨/୦୫: ଭାରତର ଯୁବ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦା ପୁଣିଥରେ ବିଶ୍ୱ ଚାମ୍ପିଅନ୍‌ ମାଗନସ୍‌ କାର୍ଲସେନ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଚେସେବଲ୍‌ ମାଷ୍ଟର୍ସ ଅନ୍‌ଲାଇନ୍‌ ର‌୍ୟାପିଡ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ।

୧୬ ବର୍ଷୀୟ ପ୍ରଜ୍ଞାନନ୍ଦା ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଏୟାରଥିଙ୍ଗ୍‌ସ ମାଷ୍ଟର୍ସରେ ପ୍ରଥମ ଥର କାର୍ଲସେନ୍‌ଙ୍କୁ ହରାଇ ଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟରେ ସେ ପୂର୍ବ ପ୍ରଦର୍ଶନ ଦୋହରାଇବାରେ ସଫଳ ହୋଇଛନ୍ତି । ଚେନ୍ନାଇର ଏହି ପ୍ରତିଭାବାନ ଖେଳାଳି ଗତ ମାସ ରେକ୍‌ଜାଭିକ୍‌ ଓପନ ଚାମ୍ପିଅନ୍‌ ହୋଇଥିବାବେଳେ ଲା’ ରୋଡା ଓପନରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସମ୍ବନ୍ଧିତ ଖବର