ଏବେ କଏଦୀମାନେ ମଧ୍ୟ କରି ପାରିବେ ଅନଲାଇନ୍ ସପିଂ,ଜେଲରେ ଦିଆଗଲା ଏହି ସୁବିଧା

ନୂଆଦିଲ୍ଲୀ,୮।୬: ସାଧାରଣତଃ ଜେଲରେ କଏଦୀଙ୍କୁ ବିଶେଷ ଭାବରେ କୌଣସି ସୁବିଧା ଦିଆଯାଏ ନାହିଁ। କିନ୍ତୁ ଦକ୍ଷିଣ ଚୀନର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ କଏଦୀଙ୍କୁ ଏଭଳି ସୁବିଧା ଦିଆଯାଇଛି। ଏଠାରେ ଜେଲରେ କଏଦୀଙ୍କ ପାଇଁ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ଏହା ଜରିଆରେ ଏବେ କଏଦୀମାନେ ସପିଂ କରିପାରିବେ। କଏଦୀଙ୍କ ପାଇଁ ମାସକୁ ଥରେ ୩ ହଜାର ଟଙ୍କାର ଜିନିଷ କିଣିବାର ସୁବିଧା ଦିଆଯାଇଛି। ସପିଂ ମେସିନରେ ପାସଓ୍ବାର୍ଡ କିମ୍ବା ନିଜର ଫିଙ୍ଗରପ୍ରିଣ୍ଟ ଜରିଆରେ ଲଗ ଇନ୍ କରି ଅନଲାଇନ୍ କିଣାକିଣି କରିପାରିବେ।
ଚଳିତ ବର୍ଷ ଜାନୁଆରୀରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ଗୁଆଙ୍ଗଡୋଙ୍ଗ ଜେଲ ପ୍ରଶାସନିକ ବ୍ୟୁରୋ କୋଙ୍ଗହୁଆ ଜେଲରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। ସେତେବେଳେ କଏଦୀମାନେ ପ୍ରାୟ ୧୩,୦୦୦ ଅର୍ଡର ଦେଇଥିଲେ, ଯେଉଁଥିରେ ପ୍ରାୟ ୪ ଲକ୍ଷ ଟଙ୍କାର କିଣାକିଣି କରାଯାଇଥିଲା। ଏହି ପ୍ରୋଜେକ୍ଟ ସଫଳ ହେବା ପରେ ଜେଲରେ କଏଦୀଙ୍କୁ ସୁବିଧା ଦିଆଯାଇଥିଲା। ଜେଲରେ ଏକ ଓ୍ବାର୍ଡ ବିଲ୍ଡିଂରେ ପ୍ରତ୍ୟେକ ମହଲା ଅନଲାଇନ୍ ସପିଂ ଟର୍ମିନାଲରେ ସୁସଜ୍ଜିତ ରହିଛି। ସେଭଳି କଏଦୀ ଦୈନିକ ଆବଶ୍ୟକତା,ଖାଦ୍ୟ ପଦାର୍ଥ, ସିଗାରେଟ୍ ଓ ଉପହାର ସହିତ ୬୮ଟି ଶ୍ରେଣୀରେ ପ୍ରାୟ ୨୦୦ ବସ୍ତୁର ଚୟନ କରି କିଣାକିଣି କରିପାରନ୍ତି। ଏହା ପୂର୍ବରୁ କୌଣସି ମଧ୍ୟ ଜିନିଷ କିଣିବାକୁ କଏଦୀମାନେ ନିଜ ହାତରେ ଲେଖିକି ସପିଂ ଲିଷ୍ଟରେ ଜେଲ