ପୁରୀ,୧୬/୧୦: ଅନ୍ଲାଇନ୍ରେ ବିକ୍ରି ହେଉଛି ମହାପ୍ରସାଦ । ସ୍ୱିଗୀ ଜୋମାଟୋ ଭଳି ଅନ୍ଲାଇନ ପ୍ଲାଟଫର୍ମରେ ମାତ୍ର ୫୦ ଟଙ୍କାରେ ମହାପ୍ରସାଦ ମିଳୁଛି ବୋଲି ହେଉଛି ବିଜ୍ଞାପନ । ଅର୍ଡର କଲେ ମହାପ୍ରସାଦ ହୋମ୍ ଡେଲିଭରି କରାଯିବ ବୋଲି ସୋସିଆଲ ମିଡିଆରେ ବିଜ୍ଞାପନ କରାଯାଉଛି । ଏହାଦ୍ୱାରା ମହାପ୍ରସାଦର ଅପମାନ ହେଉଥିବା ଶ୍ରୀମନ୍ଦିର ସେବାୟତ ଓ ଅନ୍ୟ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଉଠିଛି । ଏହାପରେ ଆକ୍ସନ୍କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ସଂପୃକ୍ତ ଆପ୍ ବିରୋଧରେ ଏତଲା ପାଇଁ ନିର୍ଦେ୍ଦଶ ଦିଆଯାଇଛି। ଏଥି ସହିିତ ସୋସିଆଲ ମିଡିଆରୁ ବିଜ୍ଞାପନ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ଲାଇନ୍ ମହାପ୍ରସାଦ ବିକ୍ରି ନେଇ କୌଣସି ଅନୁମତି କାହାକୁ ଦିଆଯାଇନାହିଁ । ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରାଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।