PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ରାଜଧାନୀର ଦୁର୍ଘଟଣା ପରେ ବି ଚେତୁନି ସିଏମ୍‌ସି : ମୁକୁଳା ପଡ଼ିଛି ମୁଖ୍ୟ ଡ୍ରେନ୍‌, ବର୍ଷା ପାଣିରେ ଉଚ୍ଛୁଳୁଛି ରାସ୍ଥା

କଟକ,୨୮/୭(ବ୍ୟୁରୋ): ମାତ୍ର କେଇ ଘଣ୍ଟା ଲଗାଣ ବର୍ଷାରେ ସହରର ଅବସ୍ଥା ବେହାଲ୍‌ ହୋଇପଡୁଛି । କେଉଁଠି ଜଳବନ୍ଦୀ ସମସ୍ୟା ତ ଆଉ କେଉଁଠି ରାସ୍ତା ଉପରେ ନର୍ଦ୍ଦମା ଜଳ । ଗାଡି ନେଇ ଯିବା ବିପଦଜ୍ଜନକ ହୋଇପଡୁଛି । ରାସ୍ତାରେ ଖାଲଖମା ଆଉ ମୁକୁଳା ଡ୍ରେନ୍‌ ପାଇଁ ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ସହରର ଅଧିକାଂଶ ଛୋଟ ଡ୍ରେନ୍‌ରେ ନାମକୁ ମାତ୍ର ସ୍ଲାବ୍‌ ପଡିଛି ହେଲେ ମୁଖ୍ୟ ଡ୍ରେନ୍‌ଗୁଡିକର ଅବସ୍ଥା ନ କହିବା ଭଲ । ଯାହାକୁ ନେଇ ଦିନକୁ ଦିନ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ସିଏମ୍‌ସି କେବଳ ପଙ୍କୋଦ୍ଧାର ମଧ୍ୟରେ ନିଜକୁ ସୀମିତ ରଖିଛି । କାରଣ ସିଏମ୍‌ସିର ଏଯାବତ୍‌ ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ନିକଟରେ ଭୁବନେଶ୍ୱର ସାଲିଆ ସାହିର ଜଣେ ବୃଦ୍ଧା ନର୍ଦ୍ଦମା ଜଳରେ ଭାସିଯାଇ ପ୍ରାଣ ହରାଇଥିଲେ । ଯାହାର ମୁଖ୍ୟ କାରଣ ଥିଲା ମୁକୁଳା ଡ୍ରେନ୍‌ । ରାଜଧାନୀର ଏହି ଦୁର୍ଘଟଣା ପରେ ବି ଚେତୁନାହାନ୍ତି ସିଏମ୍‌ସି ଅଧିକାରୀ । କଟକରେ ଚାରିଆଡ଼େ ମୁକୁଳା ଡ୍ରେନ୍‌ ରହିଛି । ଡ୍ରେନେଜ୍‌ ସମସ୍ୟା ସୁଧାରିବାରେ କେବେ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳିବି ତାହା ଦେଖିବାକୁ ବାକି ରହିଛି । କଟକ ସହରର ଚାରିପଟକୁ ଘେରି ରହିଛି ନଦୀ । ଏଭଳି କ୍ଷେତ୍ରରେ ବର୍ଷା ଦିନରେ ନର୍ଦ୍ଦମା ଜଳ ନିଷ୍କାସନ କରିବା ସିଏମ୍‌ସି ପାଇଁ ଏକ ମୁଖ୍ୟ ଚାଲେଞ୍ଜ୍‌ । ଦିନକୁ ଦିନ ସହରରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅଦ୍ୟାବଧି ସେମିତି କିଛି ସ୍ୱତନ୍ତ୍ର ଡ୍ରେନେଜ୍‌ ବ୍ୟବସ୍ଥା କରାଯାଉନାହିଁ । ସିଏମ୍‌ସିର ତଥ୍ୟ ମୁତାବକ, ସାରା ସହରରେ ନର୍ଦ୍ଦମା ଜଳ ନିଷ୍କାସନ ପାଇଁ ରହିଛି ୧୭୨୯ କି.ମି ବିଶିଷ୍ଟ ଡ୍ରେନ୍‌ ।

ସେଥି ମଧ୍ୟରେ ଏମ୍‌ଏସ୍‌ଡବ୍ଲୁସି-୧ ଓ ୨ ମିଶି(ମୁଖ୍ୟ ଡ୍ରେନ୍‌) ୨୨ କିଲୋମିଟର ଓ ୨୯କି.ମି ବିଏସ୍‌ଡବ୍ଲୁସି ଡ୍ରେନ୍‌ ରହିଛି । ଏଥିସହ ୫୨୦କି.ମି ସର୍ଫେସ୍‌୍‌ ଡ୍ରେନ୍‌, ୧୩୦କି.ମି ବିଶିଷ୍ଟ ମେଜର ସର୍ଫେସ୍‌ ଡ୍ରେନ୍‌ ଆଉ ୧୦୨୮କି.ମି ବିଶିଷ୍ଟ କଚ୍ଚା ଡ୍ରେନ୍‌ ରହିଛି । ବର୍ଷା ଦିନେ ଜଳ ନିଷ୍କାସନ ପାଇଁ ମୁଖ୍ୟ ଡ୍ରେନ୍‌ ଓ ଏମ୍‌ଏସ୍‌ଡବ୍ଲୁସି ଡ୍ରେନ୍‌ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ିଥାଏ । ଏଥିପାଇଁ ବର୍ଷା ଦିନ ଆଗରୁ ମୁଖ୍ୟ ଡ୍ରେନ୍‌ ସମେତ ସମସ୍ତ ଡ୍ରେନ୍‌ରୁ ପଙ୍କୋଦ୍ଧାର କାମ ସରିବା କଥା । ମାତ୍ର ଗତ କିଛି ବର୍ଷ ହେଲା ମନଇଚ୍ଛା ପଙ୍କୋଦ୍ଧାର ଚାଲିଛି । ଯାହାଦ୍ୱାରା ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ନ ହୋଇ ଗଳିକନ୍ଦି ଜଳାର୍ଣ୍ଣବ ହେଉଛି । ବର୍ଷା ବେଳେ ସ୍ଲାବ୍‌ ଗୁଡିକ ଉଠାଯାଇ ତରବରିଆ ପଙ୍କୋଦ୍ଧାର ହେଉଥିବାରୁ ଡ୍ରେନ୍‌ରୁ ପାଣି ଉଚ୍ଛୁଳି ସହରର ଗଳିକନ୍ଦିରେ ରାସ୍ତା ଓ ଡ୍ରେନ୍‌ ଏକାକାର ହୋଇଯାଉଛି ।

ଯେଉଁଥି ପାଇଁ ସହରବାସୀଙ୍କୁ ଅନେକ ସମୟରେ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଛି । ଅନ୍ୟପଟେ ଡ୍ରେନ୍‌ ଆଖପାଖରେ ଜବରଦଖଲ ବଢିଯାଇଛି । କେବଳ ସେତିକି ନୁହଁ ସ୍ଲାବ୍‌ ବିହୀନ ଡ୍ରେନ୍‌ରେ ମଶାମାନଙ୍କ ବଂଶ ବୃଦ୍ଧି ଘଟି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ପ୍ରତ୍ୟେକ ବର୍ଷ ୱାର୍ଡ ପିଛା ଡ୍ରେନେଜ୍‌ କାମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସହରବାସୀଙ୍କ କାମରେ ଲାଗୁନାହିଁ । ଓଲଟା ଏହି ଟଙ୍କାରେ ଠିକାଦାରମାନେ ନିଜର ପକେଟ୍‌ ଗରମ କରି ଲୋକଙ୍କୁ ନିମ୍ନମାନର କାମ କରି ଭୂଆଁ ବୁଲାଉଥିବା ଅଭିଯୋଗ ହେଉଛି ।