ପ୍ରମୁଖ ଖବର
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍, ୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ନନ୍ଦପୁର ପୋଲିସ

ଲମତାପୁଟ, ୨୦/୧୧ : ଲମତାପୁଟରେ ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ୍। ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ମାଓ ପ୍ରଭାବିତ ସାରିଆପାଲି ଗ୍ରାମ ନିକଟ ବଣ୍ଡରୁଗୁଡା ଜଙ୍ଗଲରୁ କଡ଼ା ସୁରକ୍ଷା ବଳୟ ଭିତରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପାଡ଼ୁଆ ପୋଲିସ। ପ୍ରାୟ ୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ତତ୍ତ୍ଵାବଧାନରେ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ଜମି ଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଗୁଇନ୍ଦା ସୂତ୍ର ଅନୁଯାୟୀ, ସାଟେଲାଇଟ ଚିତ୍ର ଏବଂ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଏହି ଚାଷ ଜମି ଗୁଡ଼ିକୁ ଚିହ୍ନଟ କରାଯାଇଛି। କୋରାପୁଟ ଡିବିଏଫ୍, ଅବକାରୀ ବିଭାଗ, ବନ ବିଭାଗ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

କୋରାପୁଟ ପୋଲିସର କଡ଼ା ପଦକ୍ଷେପ ଯୋଗୁଁ ପାଡ଼ୁଆ ଅଞ୍ଚଳରେ ୫୦ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା ପୋଲିସ ସୂଚନା ଦେଇଛି। ଆଗାମୀ ଦିନରେ ଅପରେସନ ଗ୍ରୀନ କ୍ଲିନ୍‌କୁ ଜୋରଦାର୍ କରିବା ନେଇ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.