Operation Orchard: ଯେତେବେଳେ ତିନି ମିନିଟ୍ ଭିତରେ ଇରାକର ପରମାଣୁ ରିଆକ୍ଟରକୁ ଧ୍ବସ୍ତବିଧ୍ବସ୍ଥ କରିଥିଲା ଇସ୍ରାଏଲ, ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ

Image Credit : Pixabay
ନୂଆଦିଲ୍ଲୀ,୨୨/୦୫: ପୃଥିବୀର ପୂର୍ବ-କେନ୍ଦ୍ରୀୟ ଅଞ୍ଚଳରେ ଅବସ୍ଥିତ ସିରିଆକୁ ନେଇ ଅନେକ ଦେଶ ସର୍ବଦା ସତର୍କ ରହିଆସିଛନ୍ତି। ଏମାନଙ୍କ ମଧ୍ୟରୁ ଇସ୍ରାଏଲ୍ ମଧ୍ୟ ଥିଲା ଅନ୍ୟତମ। ଯେତେବେଳେ ଇସ୍ରାଏଲ୍ ଜାଣିବାକୁ ପାଇଲା ଯେ, ସିରିଆ ଆଣବିକ କାରଖାନାରେ ପରମାଣୁକୁ ନେଇ କାମ କରୁଛି, ସେତେବେଳେ ରିଆକ୍ଟରକୁ ନଷ୍ଟ କରିବାକୁ ସ୍ଥିର କରିଥିଲା ଇସ୍ରାଏଲ। ଆଉ ଇସ୍ରାଏଲର ଏହି ପଦକ୍ଷେପକୁ ଅପରେସନ୍ ଅରଚାର୍ଡ ଭାବରେ ନାମିତ କରାଯାଇଥିଲା। ଆକ୍ରମଣରେ ଉତ୍ତର କୋରିଆର ୧୦ ପରମାଣୁ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ବହୁ ବର୍ଷ ଧରି ଇସ୍ରାଏଲ୍ ଇରାକର କାର୍ଯ୍ୟକଳାପକୁ ନେଇ ଚୁପ୍ ରହିଥିଲା। ବହୁ ବର୍ଷ ଧରି ଇସ୍ରାଏଲ୍ ସିରିଆର ସନ୍ଦିଗ୍ଧ ଆଣବିକ କାରଖାନା ଉପରେ ଆକ୍ରମଣ କରିବାକୁ ଯୋଜନା କରିନଥିଲା। କିନ୍ତୁ ୨୦୦୭ ମସିହାରେ, ଇସ୍ରାଏଲ ପ୍ରଥମ ଥର ପାଇଁ ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲ। ଯେତେବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଥିଲେ ସେତେବେଳେ ଇସ୍ରାଏଲ୍ ଏହି ଅପରେସନ୍ ପାଇଁ ପ୍ରସ୍ତୁତ ହୋଇଥିଲା। ଆଣବିକ ଅସ୍ତ୍ରକୁ ନେଇ ବାରମ୍ବାର ଇରାକର ଧମକ ପରେ ଇସ୍ରାଏଲ ଆରମ୍ଭ କରିଥିଲା ଅପରେସନ୍ ଅରଚାର୍ଡ।
ଏକ ଦଶନ୍ଧିରୁ ଅଧିକ ସମୟର ନିରବତା ପରେ ଇସ୍ରାଏଲ୍ ଏହି ଆକ୍ରମଣ କରିଥିଲା। ସୂଚନା ଥାଉକି ଇସ୍ରାଏଲ ବାୟୁସେନା ୫ ଓ ୬ ସେପ୍ଟେମ୍ବର ୨୦୦୭ ମଧ୍ୟରାତ୍ରିରେ ସିରିଆର ଆଣବିକ ରିଆକ୍ଟରକୁ ଆକ୍ରମଣ କରି ଉଡ଼ାଇ ଦେଇଥିଲେ। ସିରିଆର ଆଣବିକ ରିଆକ୍ଟର ଉତ୍ତର କୋରିଆ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ପ୍ଲୁଟୋନିୟମ୍ ଉତ୍ପାଦନ ପାଇଁ ପ୍ରସ୍ତୁତ ହେଉଥିଲା। ତେବେ ଏହି ଆଣିବିକ କାରଖାନାକୁ ନେଇ ତମାମ ସୂଚନା ବାହାର କରିବା ପରେ ଏକ ସ୍ବତନ୍ତ୍ର ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରି ଇସ୍ରାଏଲ ମୋସାଦର ସାହାଯ୍ୟ ନେଇ ଏହି ଆକ୍ରମଣ କରିଥିଲା।