PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପୁଣି ହତାଶ ନିରବ ! ପଞ୍ଚମ ଥର ପାଇଁ ଜାମିନ ଖାରଜ

ଲଣ୍ଡନ,୨୬/୦୭:ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପୁଣି ଥରେ ହତାଶ ହେବାକୁ ପଡ଼ିଛି । ଲଣ୍ଡନ ଜେଲ୍‌ରେ ବନ୍ଦ ଥିବା ନିରବଙ୍କ ଜାମିନ ଆବେଦନ ପଞ୍ଚମ ଥର ପାଇଁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଖାରଜ ହୋଇଯାଇଛି । ଅଗଷ୍ଟ ୨୨ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ଆସନ୍ତା ମାସ ୨୨ ତାରିଖରେ ସେ ପୁଣି ଥରେ ଜେଲ୍‌ରୁ ଭିଡିଓଲିଙ୍କ୍‌ ଜରିଆରେ ହାଜର ହେବେ । ଚିଫ୍‌ ମାଜିଷ୍ଟ୍ରେଟ ଇମ୍ମା ଆର୍‌ବୁଥନଟ୍‌ ତାଙ୍କର ଜାମିନ ଆବେଦନକୁ ଖାରଜ କରିବା ସହ ଆସନ୍ତା ବର୍ଷ ମେ’ରେ ନିରବଙ୍କ ବିରୋଧରେ ଭାରତ ପକ୍ଷରୁ କରାଯାଇଥିବା ପ୍ରତ୍ୟର୍ପଣ ମାମଲାର ୫ ଦିନିଆ ଶୁଣାଣି କରାଯିବ ବୋଲି ଇଙ୍ଗିତ ଦେଇଛନ୍ତି ।

ସୂଚନାଯୋଗ୍ୟ, ନିରବଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି । ପିଏନ୍‌ବି ମାମଲାରେ ତାଙ୍କୁ ମାର୍ଚ୍ଚରେ ଲଣ୍ଡନରେ ଗିରଫ କରାଯାଇଥିଲା । ଏବେ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନସ୍ଥିତ ୱାଣ୍ଡ୍‌ସୱର୍ଥ କାରାଗାରରେ ବନ୍ଦ ଅଛନ୍ତି । ବ୍ରିଟେନରେ ଏବେ ଉଷ୍ମପ୍ରବାହ ଚାଲିଥିବାବେଳେ ବିଚାରପତି ସ୍ପିତହାସ୍ୟ ଦେଇ ନିରବଙ୍କୁ କହିଥିଲେ ଯେ, ୱାଣ୍ଡ୍‌ସୱର୍ଥ କାରାଗାରରେ ତାଙ୍କୁ ସେତେଟା ଗରମ ହେଉ ନ ଥିବ ବୋଲି ତାଙ୍କ ଆଶା । ଏହା ପରେ ସାମାନ୍ୟ ହସି ନିରବ ଧନ୍ୟବାଦ ମ୍ୟାଡମ୍‌ ବୋଲି କହିଥିଲେ ।