ପ୍ରମୂଖ ଖବର

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ ଇଣ୍ଡି ମେଣ୍ଟ

Published By : Tapas Panda | December 9, 2024 5:07 PM

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବଶେନରେ ହାଇଡ୍ରାମା ଦେଖିବାକୁ ମିଳିଛି ।  ସୋମବାର ଅଧିବେଶନର ଦଶମ ଦିନରେ ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ଏହାରି ମଧ୍ୟରେ, ରାଜ୍ୟସଭା  ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛନ୍ତି ବିରୋଧୀ । ବିରୋଧୀ ଦଳର ସାଂସଦମାନେ ଆର୍ଟିକିଲ୍‌ ୬୭ (ବି) ଅଧୀନରେ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ଆଣିବେ ବୋଲି କୁହାଯାଉଛି । 

କଂଗ୍ରେସ ଏବଂ ଏହାର ନେତାମାନେ ବିଦେଶୀ ସଂଗଠନ ଏବଂ ଲୋକଙ୍କ ମାଧ୍ୟମରେ ଦେଶର ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ନେଇ ଏନଡିଏ ସାଂସଦ ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ବିରୋଧୀ ସାଂସଦ ଗୃହରେ ଦାବି କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।   ୩ ଥର ସ୍ଥଗିତ ହେବା ପରେ ଅପରାହ୍ଣ ୩ଟାରେ ରାଜ୍ୟସଭାରେ ବୈଠକ ଆରମ୍ଭ ହୋଇଥିଲା । ହେଲେ ବିରୋଧୀମାନେ ଗୃହ ଚାଲିବାକୁ ଦେଇନଥିଲେ ।  

ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଇଣ୍ଡି ମେଣ୍ଟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ଆଣିପାରେ । ଗୃହରେ ପକ୍ଷପାତିତା କରୁଥିବା ଅଭିଯୋଗ କରି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିରୋଧୀ ଇଣ୍ଡି ମେଣ୍ଟ ଯୋଜନା କରୁଛି ।  ସେପଟେ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି), ଆମ୍‌ ଆଦମୀ ପାର୍ଟି (ଆପ୍‌), ସମାଜବାଦୀ ପାର୍ଟି (ଏସପି) ସମେତ ଅନ୍ୟ ଦଳ ଅନାସ୍ଥା ପ୍ରସ୍ତାବରେ ହସ୍ତାକ୍ଷର କରିଥିବା ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.