ନୂଆଦିଲ୍ଲୀ,୦୯/୦୨; ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ । ଏ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଘୋଷଣାକୁ ନେଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଦିଆଯାଇ ନଥିଲା । ସେପଟେ ବିରୋଧୀ ସାଂସଦଙ୍କୁ ସସପେଣ୍ଡକୁ ନେଇ ସଂସଦ ମକରଦ୍ୱାରରେ ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ ସାଂସଦ । ତୁମେ ଆମକୁ ବହିଷ୍କାର କରିପାରେ ହେଲେ ଚୁପ୍ କରି ପାରିବ ନାହିଁ ବୋଲି ଲେଖାଥିବା କାର୍ଡ ଧରି ନାରାବାଜି କରିଛନ୍ତି ।
ସୂତ୍ର ଅନୁସାରେ, ବିରୋଧୀ ଦଳ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନାସ୍ଥା ପ୍ରସ୍ତାବ ଆଗତ କରିବେ , କାରଣ ଏଥିପାଇଁ ୨୦ ଦିନର ନୋଟିସ ଦେବାକୁ ପଡିବ। ଅନାସ୍ଥା ପ୍ରସ୍ତାବ ପାଇଁ ଯେଉଁ କାରଣ ଦର୍ଶାଯାଇଛି ତାହା ହେଉଛି, ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ଅନୁମତି ନ ଦେବା, ଅଧ୍ୟକ୍ଷ ମହିଳା ସାଂସଦଙ୍କ ନାମକରଣ କରିବା, ଗୃହରେ କିଛି ଟ୍ରେଜରୀ ବେଞ୍ଚ ସାଂସଦଙ୍କୁ ଲଗାତାର ଦିଆଯାଇଥିବା ସୁବିଧା, ଏବଂ ସମଗ୍ର ଅଧିବେଶନରୁ ୮ ଜଣ ବିରୋଧୀ ଦଳର ସାଂସଦଙ୍କୁ କିପରି ନିଲମ୍ବିତ କରାଯାଇଥିଲା।
Opposition to move no-confidence motion against Lok Sabha Speaker Om Birla: Sources pic.twitter.com/e8PsUKw2Wp
— ANI (@ANI) February 9, 2026
କଂଗ୍ରେସ ସାଂସଦ କେସି ଭେଣୁଗୋପାଳ କହିଛନ୍ତି, "ସଂସଦୀୟ ନିୟମ ଅନୁଯାୟୀ, ବିରୋଧୀ ଦଳ ନେତା ଜଣେ ଛାୟା ପ୍ରଧାନମନ୍ତ୍ରୀ, କିନ୍ତୁ ଏଠାରେ ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବାକୁ ଅନୁମତି ଦିଆଯାଉନାହିଁ। ସରକାର କିଛି କହିପାରିବେ ଏବଂ କାହାକୁ ବି ଆକ୍ରମଣ କରିପାରିବେ, କିନ୍ତୁ ଏହି ଗୃହରେ ବିରୋଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ, ଏବଂ ସେମାନଙ୍କୁ କହିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ । ବିରୋଧୀ ଦଳ ବିରୋଧରେ ଏହି ପ୍ରକାରର ମନୋଭାବ ପୂର୍ବରୁ କେବେ ହୋଇନାହିଁ । ଆମେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବୁ।"
ଏହା ବି ପଢନ୍ତୁ...'ପରୀକ୍ଷା ପେ ଚର୍ଚ୍ଚା-୨'; ସଫଳତା ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଜୀବନରେ ଅନୁଶାସନ ଜରୁରୀ
ଗୃହରେ ବିରୋଧୀଦଳ ନେତାଙ୍କୁ କହିବାକୁ ବାଚସ୍ପତି ପକ୍ଷପାତ କରି ସୁଯୋଗ ଦେଉନଥିବା ନେଇ ଅଭିଯୋଗ କରୁଛି କଂଗ୍ରେସ । ସେପଟେ ଆଜି ମଧ୍ୟ ସଂସଦରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବାରୁ ଗୃହକାର୍ଯ୍ୟରେ ବାଧା ଉପୁଜିଥିଲା । ବିରୋଧୀ ସଦସ୍ୟମାନେ ଧାରଣା ଜାରି ରଖିଛନ୍ତି।ସେପଟେ ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି- ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀ ଚାହୁଁ ନାହାନ୍ତି । ବାଚସ୍ପତିଙ୍କୁ ଓଲଟା ବିରୋଧୀ ସଦସ୍ୟ ଆକ୍ଷେପ ଓ ଆରୋପ ଲଗାଉଛନ୍ତି ।ଅନାସ୍ଥା ଘୋଷଣା ପୂର୍ବରୁ ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।
#WATCH | Delhi | Suspended Opposition MPs with a placard that says "You can suspend us, but you can't silence us" protest at the Makar Dwar of the Parliament pic.twitter.com/GkoqwpwheU
— ANI (@ANI) February 9, 2026