ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ମହାମେଣ୍ଟ ସହ ଖାପ୍‌ ଖାଉନି କଂଗ୍ରେସ, ବୈଠକରେ ହେବନି ସାମିଲ: ବାଧ୍ୟ ହୋଇ ମିଟିଂ ବାତିଲ କଲେ ନୀତିଶ କୁମାର

ପାଟନା ୦୪/ ୦୬: ବିରୋଧୀ ଦଳ ନେତା ମାନେ ଏକାଠି ହେବାକୁ ଟିକେ ବିଳମ୍ବ ହେବ । କାରଣ ଜୁନ ୧୨ ତାରିଖରେ ହେବାକୁ ଥିବା ମହାମେଣ୍ଟ ନେତାମାନଙ୍କ ବୈଠକ ବାତିଲ ହୋଇଯାଇଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକ ଜୁନ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ରବିବାର ସୂଚନା ଦିଆଯାଇଛି । ତେବେ ମହାମେଣ୍ଟ ବୈଠକ ବାତିଲ ହେବା ପଛରେ କାରଣ ବି ରୋଚକ ।

Nitish Kumar, Tejashwi Yadav meet Congress chief Kharge, Rahul Gandhi in  Delhi; pledge to take Opposition unity forward : The Tribune India
Social Media

ମିଳିଥିବା ସୂଚନା ଅନୁସାରେ, ନୀତିଶଙ୍କ ନେତୃତ୍ବରେ ପ୍ରାୟ ଅଣ-ବିଜେପି ରାଜ୍ୟ ବୈଠକରେ ସାମିଲ ହେବାକୁ ଘୋଷଣା କରିସାରିଛନ୍ତି । କିନ୍ତୁ କଂଗ୍ରେସ ଦଳ ବୈଠକରେ ଯୋଗ ଦେବା ପାଇଁ କାଳେ ମନାକରିଦେଇଛି । ଯେଉଁଥି ପାଇଁକି ବୈଠକ ତାରିଖ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି ନୀତିଶ କୁମାର । କାରଣ ଦେଶର ଅନେକ ରାଜ୍ୟରେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଭାବେ ରହିଥିବା ବେଳେ ଦଳର ଭୋଟ ବ୍ୟାଙ୍କ ରହିଛି । ତେଣୁ ନୀତିଶ କୁମାର ତରବରିଆ ଭାବେ କିଛି କରିବାକୁ ଚାହୁଁନାହାନ୍ତି ।

ପଢନ୍ତୁ: ଯାହାକୁ ରଖିବେ ଅନନ୍ତ : ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ୪୫ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ

ପଢନ୍ତୁ: ବାହାନଗା ଟ୍ରେନ୍‌ ଟ୍ରାଜେଡିର ତଦନ୍ତ କରିବ CBI: ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଅନ୍ୟପଟେ କଂଗ୍ରେସ ସଫାସଫା କହିସାରିଛି କି, ଜୁନ ୧୨ ତାରିଖରେ ହେବାକୁ ଥିବା ବିରୋଧୀ ଦଳମାନଙ୍କ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କିମ୍ବା ରାହୁଲ ଗାନ୍ଧି ଯୋଗ ଦେବେ ନାହିଁ । ତେଣୁ ଉଭୟଙ୍କ ମଧ୍ୟରୁ କେହି ଜଣେ ବୈଠକରେ ଉପସ୍ଥିତ ରହିବା ନିହାତି ଆବଶ୍ୟକ ଭାବି ନୀତିଶ ଏବେ ମନେଇବାରେ ଲାଗି ପଡିଛନ୍ତି । ନିକଟରେ ଦେଶର ଅନେକ ରାଜ୍ୟ ବୁଲି ଅଣ-ବିଜେପି ମୁଖ୍ୟମନ୍ତ୍ରୀ ତଥା ନେତାଙ୍କୁ ଭେଟିବା ସହିତ ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ ନୀତିଶ କୁମାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାଓ୍ବାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଭେଟିଥିଲେ ନୀତିଶ କୁମାର । କେବଳ ସେତିକି ନୁହେଁ ଝାଡଖଣ୍ଡ ସିଏମ୍‌ ହେମନ୍ତ ସୋରେନ ଓ ଶିବ ସେନା (ଉଦ୍ଧବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିଥିଲେ । ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଭେଟିଥିଲେ ସୁଦ୍ଧା, ମହାମେଣ୍ଟ ସହ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିନଥିଲେ ସିଏମ୍‌ ନବୀନ ପଟ୍ଟନାୟକ ।

Read:

wp:embed {"url":"https://www.prameya.com/veteran-bollywood-actress-sulochana-latker-breath-her-last-at-the-age-pof-94-in-mumbai/","type":"wp-embed","providerNameSlug":"prameya"}
https://www.prameya.com/veteran-bollywood-actress-sulochana-latker-breath-her-last-at-the-age-pof-94-in-mumbai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.