PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଟିକଟକ୍ ଆପ୍ଳିକେସନ୍ ମାମଲା: ତୁରନ୍ତ ରାୟ ପ୍ରକାଶ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୪: ଟିକଟକ୍ ଆପ୍ଲିକେସନ୍ ମାମଲା ଆଜି ସୁପ୍ରିମକୋର୍ଟରେ ପହଁଞ୍ଚିଛି। ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏହି ପିଟିସନର ତୁରନ୍ତ ଶୁଣାଣୀ କରିବାକୁ  ସୁପ୍ରିମକୋର୍ଟ  ମନା କରିଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଏହି ମାମଲାକୁ ଠିକ୍ ସମୟ ଓ ଲିଷ୍ଟ ଅନୁସାରେ ହିଁ ଶୁଣାଣି କରିବେ। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟଙ୍କ ମଦୁରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ ଭିଡିଓ ଆପ୍ ଟିକଟକ୍ ଡାଉନଲୋଡିଂ ଉପରେ ବ୍ୟାନ ଲଗାଇ ଦିଆଯାଉ। ଏହା ସହିତ କୋର୍ଟ ଗଣମାଧ୍ୟମକୁ ନିର୍ଦେଶ ଦେଇଥିଲେ
ଟିକଟକ୍ ଉପରେ ତିଆରି କରାଯାଇଥିବା ଭିଡିଓକୁ ପ୍ରସାରଣ କରାନଯାଉ।  ଟିକଟକ୍  ମାଧ୍ୟମରେ ଅଶ୍ଲୀଳତା ସାମଗ୍ରୀ ପରସା ଯାଉଛି, ଯାହାକି ପିଲାଙ୍କ ପାଇଁ ଖୁବ୍ କ୍ଷତିକାରକ।

source: https://www.hindustantimes.com/

କୋର୍ଟଙ୍କ ଏହି ନିର୍ଦେଶ ତାମିଲନାଡୁର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ.ମଣିକନନ୍ଦଙ୍କ ବୟାନ ଦେବାର ୨ ମାସ ପରେ ଆସିଛି। ମଣିକନ୍ଦନ କହିଥିଲେ ତାମିଲନାଡୁ ସରକାର ଟିକଟକ୍ ଆପ୍ଲିକେସନ୍ ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ କଥା ହେବେ, କାରଣ ଏହା ଦ୍ବାରା ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି। ତେଣୁ ଏହି ଆପ୍ଲିକେସନକୁ ନିଷିଧ କରିବାକୁ ଦାବି ହୋଇଥିଲା। ଆବେଦନର ଶୁଣାଣି କରିଥିବା ବିଚାରପତି କିରୁବାକରଣ ଓ ଜଷ୍ଟିସ୍ ଏସ୍ଏସ୍ ସୁନ୍ଦରଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଥିଲେ। ଆବେଦନରେ କୁହାଯାଇଥିଲା ଯେ ଏହି ଆପ୍ଳିକେସନ୍ ଜରିଆରେ ଭାରତୀୟ ସଂସ୍କୃତିକୁ କ୍ଷତି ହେବ।

ଏଠାରେ ଉଲ୍ଲେଖନୀୟ ଯେ, ଟିକଟକ୍ ଏକ ଚାଇନିଜ ଆପ୍ଳିକେସନ୍। ଗାଁ ଓ ଛୋଟ ସହରରେ ଏହି ଆପ୍ଲିକେସନ୍ ଫେମସ୍ ହୋଇସାରିଛି। ଟିକଟକ୍ ଜରିଆରେ ୧୫ ସେକେଣ୍ଡ ସମୟର  ଭିଡିଓ ତିଆରି କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିହେବ। ଲୋକ ଏହି ଫ୍ଲାଟଫର୍ମରେ ଗୀତ, ନାଚ ଏବଂ ମଜାଳିଆ କଥା ସହିତ ବିଭିନ୍ନ ପ୍ରକାର ଭିଡିଓ ସେୟାର କରିପାରିବେ।ଭାରତରେ ଏହାର ୧୦.୪ କୋଟି ୟୁଜର ରହିଛନ୍ତି। ଏହି ଆପ୍ ଇଣ୍ଡୋନେସିଆ ଓ ବାଂଲାଦେଶରେ ପୂର୍ବରୁ ବ୍ୟାନ ହୋଇସାରିଛି। ଆମେରିକାରେ ଟିକଟକ୍ ଉପରେ ୪୦ କୋଟି ଟଙ୍କାର ଜରିମନା ମଧ୍ୟ ଲାଗି ସାରିଛି।