ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବଦଳିବ ନିୟମିତ ରେଳଗାଡ଼ିର ରୂପ, ଯୋଡ଼ାଯିବ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍‌

Published By : Rasmita Pradhan | November 20, 2024 12:04 PM

ଭୁବନେଶ୍ୱର, ୨୦/୧୧ : ବଦଳିବ ଭାରତୀୟ ରେଳଗାଡ଼ିର ରୂପରେଖ । ରେଳଗାଡିରେ ସଂଯୋଗ ହେବ ଅତିରିକ୍ତ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍‌) କୋଚ୍‌ । ଏହି କ୍ରମରେ ଗତ ତିନି ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ପ୍ରାୟ ୬୦୦ ନୂତନ ଅତିରିକ୍ତ କୋଚ(ଜିଏସ) ଯୋଡ଼ାଯାଇଛି । ଚଳିତ ନଭେମ୍ୱର ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍‌ କ୍ଲାସ୍‌ କୋଚ୍‌ ସଂଯୋଗ କରାଯିବ । ଏହି ନୂତନ ଜିଏସ୍‌ କୋଚ୍‌ ଯୋଗ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ । ଏଗୁଡିକ ବ୍ୟତୀତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରେଳ ଚଳାଚଳରେ ବହୁ ସଂଖ୍ୟକ ଅଣ-ଏସି କୋଚ୍‌ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଛି । 

ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସୂଚନା ଏବଂ ପ୍ରଚାର) ଦିଲୀପ କୁମାର କହିଛନ୍ତି ଯେ, ରେଳବାଇର ସାଧାରଣ ପ୍ରାଥମିକତା ମଧ୍ୟରେ ସାଧାରଣ ବର୍ଗର ଯାତ୍ରୀ ଅଛନ୍ତି । ଏହି ବର୍ଗର ଯାତ୍ରୀମାନଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ରେଳବାଇ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଏଭଳି ଅଣ-ଶୀତତାପ ନିୟନ୍ତ୍ରିତ ସାଧାରଣ ଶ୍ରେଣୀ ଜିଏସ୍‌ କୋଚ୍‌ ରେଳ ଚଳାଚଳରେ ଅନ୍ତର୍ଭୁକ୍ତ ହେବ । ଏଥିମଧ୍ୟରୁ ୬ହଜାରରୁ ଅଧିକ ଜିଏସ୍‌ କୋଚ୍‌ ହେବାକୁ ଥିବାବେଳେ ଅବଶିଷ୍ଟ କୋଚ୍‌ ଶୟନ ଶ୍ରେଣୀ ହେବ । ଏତେ ସଂଖ୍ୟକ ଅଣ-ଏସି କୋଚ୍‌ ଅନ୍ତର୍ଭୁକ୍ତ ହେବା ସହିତ ସାଧାରଣ ଶ୍ରେଣୀର ପ୍ରାୟ ଆଠ ଲକ୍ଷ ଅତିରିକ୍ତ ଯାତ୍ରୀ ରେଳ ଯୋଗେ ଯାତ୍ରା କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.