PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଓସାକା-ଭିଟୋଭା ଫାଇନାଲ୍‌

ମେଲ୍‌ବୋର୍ଣ୍ଣ, ୨୪ା୧(ଏଜେନ୍ସି): ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମର ମହିଳା ସିଙ୍ଗଲ୍ସ ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି । ଗତ ବର୍ଷର ୟୁଏସ୍‌ ଚାମ୍ପିଅନ୍‌ ଜାପାନର ନାଓମି ଓସାକା ଓ ପୂର୍ବତନ ୱିମ୍ବଲଡନ ଚାମ୍ପିଅନ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭା ଟାଇଟଲ ମୁକାବିଲାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ପ୍ରସିଦ୍ଧ ସ୍ପେନ୍‌ ଖେଳାଳି ରାଫେଲ ନାଦାଲ ସହଜ ବିଜୟ ସହ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ସେ ଗ୍ରୀସ ବିସ୍ମୟ ଷ୍ଟିଫାନସ ସିସିପାସ୍‌ଙ୍କ ବିଜୟ ଧାରାରେ ବ୍ରେକ୍‌ ଲଗାଇ ୧୮ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ମୁକାବିଲାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ।
ମହିଳା ସିଙ୍ଗଲ୍ସ: ମହିଳା ସିଙ୍ଗଲ୍ସ ସେମି ଫାଇନାଲ୍‌ରେ ଅଷ୍ଟମ ସିଡ୍‌ ଭିଟୋଭା ସିଧା ସଳଖ ୭-୬(୭-୨), ୬-୦ ସେଟ୍‌ରେ ଆମେରିକାର ଡାନାଏଲା କଲିନ୍ସଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଭିଟୋଭାଙ୍କୁ ୧ଘଣ୍ଟା ୩୪ ମିନିଟ୍‌ ଲାଗିଥିଲା । ମ୍ୟାଚ୍‌ର ପ୍ରଥମ ସେଟ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ଟାଇବ୍ରେକର୍‌ରେ ଭିଟୋଭା ଏହି ସେଟ୍‌ ଅକ୍ତିଆର କରିଥିଲେ । ଦ୍ୱିତୀୟ ସେଟ୍‌ରେ ୩ଟି ବ୍ରେକ୍‌ ପଏଣ୍ଟ ହାତେଇ ଭିଟୋଭା ସହଜ ବିଜୟ ହାସଲ କରି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଭିଟୋଭା ପୂର୍ବରୁ ୨୦୧୧ ଓ ୨୦୧୪ରେ ୱିମ୍ବଲଡନ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ ।
ଚତୁର୍ଥ ସିଡ ନାଓମି ଓସାକା ଓ ସପ୍ତମ ସିଡ୍‌ ପ୍ଳିସ୍‌କୋଭାଙ୍କ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ଦିନକ ତଳେ ସେରେନା ୱିଲିୟମ୍ସଙ୍କୁ ହରାଇଥିବା ପ୍ଲିସ୍‌କୋଭା ଆଜି ମ୍ୟାଚ୍‌ ଆରମ୍ଭରୁ ତ୍ରୁଟି କରିଥିଲେ । ଓସାକା ଏହାର ଫାଇଦା ଉଠାଇ ପ୍ରଥମ ସେଟ୍‌ ହାସଲ କରିଥିଲେ । ଦ୍ୱିତୀୟ ସେଟ୍‌ରେ ପ୍ଲିସକୋଭା ଲଢୁଆ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ । ନିର୍ଣ୍ଣାୟକ ତୃତୀୟ ସେଟ୍‌ରେ ଓସାକାଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଥିଲା । ପ୍ଲିସ୍‌କୋଭାଙ୍କ ଅଭିଯାନ ଶେଷ ହୋଇଯାଇଥିଲା । ଗ୍ରାଣ୍ଡସ୍ଲାମ୍‌ରେ ଓସାକା କ୍ରମାଗତ ୧୩ତମ ମ୍ୟାଚ୍‌ ଜିତିଥିଲେ । ଗତବର୍ଷ ୟୁଏସ୍‌ ଓପନରେ ସେ ଚାମ୍ପିଅନ୍‌ ହୋଇଥିଲେ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ ୧୭ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତି ସାରିଥିବା ନାଦାଲ ସେମି ଫାଇନାଲ୍‌ରେ ସିସିପାସ୍‌ଙ୍କୁ ସୁଧା ସଳଖ ୬-୨, ୬-୪, ୬-୦ସେଟ୍‌ରେ ପରାସ୍ତ କରିଥିଲେ । ମାତ୍ରୟ ୧ଘଣ୍ଟା ୪୬ମିନିଟ୍‌ ମଧ୍ୟରେ ନାଦାଲ ଏହି ମ୍ୟାଚ୍‌ ଜିତିଥିଲେ । ପୂର୍ବରୁ ରୋଜର ଫେଡେରରଙ୍କୁ ହରାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସିସିପାସ ବହୁ ପ୍ରୟାସ କରିଥିଲେ ହେଁ ନାଦାଲଙ୍କ ଚତୁର ତଥା ତ୍ରୁଟିହୀନ ଖେଳର ସମତୁଲ ହୋଇପାରି ନଥିଲେ । ୨୦୦୯ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିଅନ୍‌ ନାଦାଲ ମ୍ୟାଚ୍‌ ଆରମ୍ଭରୁ ସିସିପାସଙ୍କୁ ଚିନ୍ତାରେ ପକାଇ ଦେଇଥିଲେ । ପ୍ରଥମ ସେଟ୍‌ରେ ସିସିପାସଙ୍କ ସର୍ଭିସକୁ ୨ଥର ବ୍ରେକ୍‌ କରିଥିଲେ ନାଦାଲ । ଦ୍ୱିତୀୟ ସେଟ୍‌ରେ ନାଦାଲଙ୍କ ଆଧିପତ୍ୟ ଜାରି ରହିଥିଲା । ତୃତୀୟ ସେଟ୍‌ ବେଳକୁ ସିସିପାସ୍‌ ଆତ୍ମବିଶ୍ୱାସ ହରାଇ ସାରିଥିଲେ । ନାଦାଲ ଏହାର ଫାଇଦା ଉଠାଇ ସହଜରେ ତଅତୀୟ ସେଟ୍‌ ହାତେଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ୩ଟି ଯାକ ସେଟ୍‌ରେ ନାଦାଲ ମୋଟ ୬ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର