PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୩୦ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ହୋଷ୍ଟରେ ଅନୁଷ୍ଠିତ ହେବ ଓସ୍କାର ଆୱାର୍ଡ ଉତ୍ସବ

ଚଳିତ ବର୍ଷର ଓସ୍କାର ଆୱାର୍ଡ ଉତ୍ସବକୁ ପ୍ରଥମେ ହଲିଉଡର କମେଡିଆନ କେଭିନ ହାର୍ଟ ହୋଷ୍ଟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ କେଭିନଙ୍କ ଏକ ଟୁଇଟ ବିବାଦୀୟ ହେବାପରେ ସେ ଏଥିରୁ ଓହରିଯାଇଛନ୍ତି ।  କେଭିନ ନିଜେ ହୋଷ୍ଟ କରିବା ପାଇଁ ମନା କରିଦେଇଛନ୍ତି । ଫଳରେ ଚଳିତବର୍ଷ ୯୧ତମ ଓସ୍କାର ଆୱାର୍ଡ ସେରିମନିରେ କେହି ହୋଷ୍ଟ କରିବେ ନାହିଁ। ପରଂପରାଗତ ଭାବେ ଆୱାର୍ଡ ସେରିମନିକୁ ଜଣେ ସେଲିବ୍ରିଟି ହୋଷ୍ଟ କରନ୍ତି। କିନ୍ତୁ ଏଥର ବିଭିନ୍ନ ବିଭାଗ ପାଇଁ ଅଲଗା ଅଲଗା ସେଲିବ୍ରିଟିଙ୍କ ଦ୍ୱାରା ଆୱାର୍ଡ ଦିଆଯିବ। ଗତ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଓସ୍କାର ଆୱାର୍ଡ ସେରିମନିରେ କେହି ହୋଷ୍ଟ କରିବ ନାହିଁ। ଆସନ୍ତା ଫେବୃଆରୀ ମାସ ୨୪ ତାରିଖରେ (ଭାରତୀୟ ସମୟ ଅନୁସାରେ ଫେବୃଆରୀ ୨୫ ତାରିଖ ସକାଳ ୬:୩୦) ହଲିଉଡ ଡଲ୍‌ବି ଥିଏଟରରେ ସେରିମନି ପାଳନ ହେବ।

ଓସ୍କାର ଆୱାର୍ଡସେରିମନି ୧୯୨୯ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୧୯୩୯, ୧୯୬୯, ୧୯୭୦, ୧୯୭୧ ଏବଂ ୧୯୮୯ ମସିହାରେ ଓସ୍କାର ଆୱାର୍ଡ ସେରିମନି ବିନା ହୋଷ୍ଟ ଅନୁଷ୍ଠିତ ହୋଇଛି। ତେବେ ଏହା ଦ୍ବାରା ଅର୍ଗାନାଇଜର୍ସଙ୍କ ପାଇଁ ଆୱାର୍ଡ ପ୍ରେଜେଣ୍ଟ କରିବା କଷ୍ଟକର ହୋଇଥାଏ।

କମେଡିଆନ କେଭିନ ହାର୍ଟ ଏହି ବର୍ଷ ସେରିମନି ହୋଷ୍ଟ କରିଥାନ୍ତେ। କିନ୍ତୁ କେଭିନଙ୍କୁ ହୋଷ୍ଟ ପାଇଁ ବଛା ଯିବା ପରେ ବିବାଦରେ ଥିବା ଟୁଇଟ୍‌ସ ଭାଇରାଲ ହୋଇଥିଲା। ଏହି ଟୁଇଟରେ ସେ ସମଲିଂଗୀଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିଥିଲେ । ଅବଶ୍ୟ ତାଙ୍କର ଏହି ଟୁଇଟଟି ବହୁ ବର୍ଷ ପୁରୁଣା । ତଥାପି ଏହାକୁ ନେଇ କେଭିନଙ୍କ ବିଷୟରେ ଜୋରସୋର ଆଲୋଚନା ହୋଇଥିଲା। ଓସ୍କାର ଆୱାର୍ଡ ଆୟୋକମାନେ କେଭିନଙ୍କୁ ନିଜ ଟୁଇଟ୍‌ସ ପାଇଁ କ୍ଷମା ମାଗିବାକୁ କହିଥିଲେ। କେଭିନ କ୍ଷମା ମାଗିବେନି ଓ ହୋଷ୍ଟ ମଧ୍ୟ କରିବେନି ବୋଲି କହିଥିଲେ।

ସମ୍ବନ୍ଧିତ ଖବର