ଭୂବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଦ୍ୱାରା ଆୟୋଜିତ ପରୀକ୍ଷାର ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଓପିଏସସି କର୍ତ୍ତୃପକ୍ଷ ନୋଟିସ୍‌ ଜାରି କରି ନିଜର ତ୍ରୁଟି ସ୍ବୀକାର କରିଛନ୍ତି।ରବିବାର ଓଏସଏସସିର ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପାଇଁ ପରୀକ୍ଷା  ଅନୁଷ୍ଟିତ ହୋଇଥିଲା। ଯେଉଁଠି ଏଭଳି ଗୁରୁତର ସମସ୍ୟା ପରିଲକ୍ଷିତ ହୋଇଛି। 

ସୂଚନା ଅନୁଯାୟୀ ଆଜି ଓସିଏ ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ଥିଲା। ପୂର୍ବାହ୍ନ ୯ଟାରୁ ୧୨ଟା ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା। ହେଲେ ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳିଛି।




ଏହି ଘଟଣାଗୁଡ଼ିକ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଅନେକ ପ୍ରାର୍ଥୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଅସନ୍ତୋଷ ପ୍ରକାଶ କରି ପୁନଃ ପରୀକ୍ଷା ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଏଭଳି ଭୁଲ ଯୋଗୁଁ ସେମାନଙ୍କ ମାନସିକ ଚାପ ବଢ଼ିଛି ଏବଂ ନିଯୁକ୍ତି ପ୍ରକ୍ରିୟାରେ ଅନ୍ୟାୟ ହେଉଛି। ଜଣେ ପ୍ରାର୍ଥୀ କହିଛନ୍ତି, “ଆମେ ଓଡ଼ିଆ ମାଧ୍ୟମ ବାଛିଥିଲୁ, କିନ୍ତୁ ପ୍ରଶ୍ନପତ୍ର ଦେଖି ଆମେ ନିଜ ନିଷ୍ପତ୍ତିକୁ ଅନୁତାପ କରୁଛୁ।”

ଅନ୍ୟପଟେ, ଓଏସଏସସି କର୍ତ୍ତୃପକ୍ଷ ପ୍ରାର୍ଥୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ତ୍ରୁଟିଗୁଡ଼ିକର ସଂଶୋଧନ ପାଇଁ ଆବଶ୍ୟକିୟ ପଦକ୍ଷେପ ନିଆଯିବ। ତେବେ ପରୀକ୍ଷାର୍ଥୀମାନଙ୍କୁ ମେ ୪ ତାରିଖ ପୂର୍ବରୁ ଏହି ପରୀକ୍ଷାର ବିକଳ୍ପ ନେଇ ସୂଚନା ଦିଆଯିବ। ଇ-ମେଲ ଯୋଗେ ଏହି ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି, ଓପିଏସସି ପକ୍ଷରୁ ମଧ୍ୟ ଏହା ସୁନିଶ୍ଚିତ କରିବାକୁ ଚେଷ୍ଟା କରାଯାଉଛି ଯେ ଭବିଷ୍ୟତରେ ଏଭଳି ଭୁଲ ନ ଘଟେ। ତଥାପି, ବାରମ୍ବାର ଏହି ତ୍ରୁଟି ଘଟଣା କମିସନଗୁଡ଼ିକର ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି।