PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଘୁଞ୍ଚିଲା ଓୟୁଏଟି ଫର୍ମ-ବି ଆବେଦନ ତାରିଖ

ଭୁବନେଶ୍ୱର,୧୦ ।୬(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନସ୍ଥ ବିଭିନ୍ନ ମହାବିଦ୍ୟାଳୟଗୁଡିକର ସ୍ନାତକ(ୟୁଜି) ବିଭାଗରେ ନାମଲେଖା ପାଇଁ ଫର୍ମ-ବି ଅନଲାଇନ୍‌ ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଚଳିତ ମାସ ୧୧ ତାରିଖକୁ ଶେଷ ଦିବସ ଭାବେ ସୂଚନା ଦିଆଯାଇଥିବା ବେଳେ ଆଜି ତାହାକୁ ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିପରି ଫର୍ମ-ବିରେ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଏଡିଟ୍‌ କରାଯାଇପାରିବ ବୋଲି ଓୟୁଏଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଓୟୁଏଟିର ବିଭିନ୍ନ ସ୍ନାତକ ବିଭାଗରେ ନାମ ଲେଖିବା ପାଇଁ ରାଜ୍ୟର ୨୪ଟି ସହରର ୬୯ଟି କେନ୍ଦ୍ରରେ ୩୬ ହଜାର ୩୪୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ପ୍ରବେଶିକା ଫଳ ବାହାରିବା ପରେ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଫର୍ମ-ବି ପୂରଣ କରିବେ । ପରେ ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିୟର୍‌ ମାର୍କକୁ ମିଶାଇ ର‌୍ୟାଙ୍କ୍‌ ପ୍ରସ୍ତୁତ ହେବ । ଯାହା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ । ଜୁଲାଇ ୨୦ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ସହିତ ଅଗଷ୍ଟ ୭ ତାରିଖରୁ ପାଠପଢା ଆରମ୍ଭ ହେବ ।