କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ

ଭୁବନେଶ୍ବର ୧୯।୩: ଓୟୁଏଟି କୁଳପତି ପଦବୀରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ରନାଥ ପଶୁପାଳକ। ଗତକାଲି ଡାକ ଯୋଗେ ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଛନ୍ତି ଇସ୍ତଫାପତ୍ର। କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ରନାଥ ପଶୁପାଳକ।
ସୂଚନାଯୋଗ୍ୟ ଯେ, ଦୁର୍ନୀତି ଅଭିଯୋଗ ଯୋଗୁଁ ଛୁଟିରେ ଯିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଡକ୍ତର ପଶୁପାଳକଙ୍କୁ ନିର୍ଦେଶ ଦିଆଯାଇଥିଲା | ତେବେ ଡକ୍ଟର ପଶୁପାଳକ ଛୁଟିରେ ନଯାଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ | ଏଥିରେ ସେ ତାଙ୍କ ବିରୋଧରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରିଥିଲେ | ଏପରିକି ଓୟୁଏଟି କର୍ମଚାରୀ ସଂଘ ମଧ୍ୟ ତାଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନା କରିଥିଲେ |