ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଯାତ୍ରୀଙ୍କ କାମରେ ଆସୁନି ଆମ ବସ୍‌ଷ୍ଟାଣ୍ଡ : ଖରାରେ ସିଝୁଛନ୍ତି, ବର୍ଷାରେ ଭିଜୁଛନ୍ତି ଯାତ୍ରୀ

Published By : Rasmita Pradhan | June 21, 2025 11:10 AM

ମଞ୍ଚେଶ୍ୱର,୨୧/୬ : ରାଜଧାନୀବାସୀଙ୍କ ଗମନାଗମନକୁ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ଆମ ବସ୍‌ ସେବା ଆରମ୍ଭ କରିଥିଲେ । ଲକ୍ଷ୍ୟ ଥିଲା ଲୋକେ ସୁବିଧାରେ ଯାତାୟାତ କରିବେ । ଲୋକେ ଏହାର ଫାଇଦା ପାଉଛନ୍ତି ସତ । କିନ୍ତୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଆମ ବସ୍‌ ଷ୍ଟାଣ୍ଡ କାମରେ ଆସୁନି । ବସ ଷ୍ଟାଣ୍ଡଟି ଯେଉଁ ସ୍ଥାନରେ ନିର୍ମାଣ ହୋଇଛି ସେଠାରେ ଲୋକ ହେଉନଥିବାରୁ ବସ୍‌ ସେଠାରେ ରହୁନାହିଁ । ହେଲେ ଯେଉଁଠି ଲୋକ ଛିଡା ହେଉଛନ୍ତି, ସେଠାରେ ବସ୍‌ଷ୍ଟାଣ୍ଡ ନାହିଁ । ଯାତ୍ରୀ ବସ୍‌କୁ ଅପେକ୍ଷା କରି କେତେବେଳେ ଖରାରେ ସିଝୁଛନ୍ତି ତ କେତେବେଳେ ବର୍ଷାରେ ଭିଜୁଛନ୍ତି। 

ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଏଆରଏସ୍‌ଏସ୍‌ ନିକଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ଚକେଇସିହାଣୀ ମଞ୍ଚେଶ୍ୱର ଦେଇ ଯଦୁପୁରକୁ ୨୬ ନଂ ଆମ ବସ୍ ଚଳାଚଳ କରୁଛି । କିନ୍ତୁ ଏଠାରେ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । ବସ୍‌ ରହଣୀ ସ୍ଥାନ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ରହିଛି ଆମ ବସ୍‌ ଷ୍ଟାଣ୍ଡ । ଯାହା ଫଳରେ ଲୋକେ ଗଛ ମୂଳେ ଛିଡାହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି । ଖରାବେଳେ ଯାହା ଯେମିତି କଷ୍ଟେମଷ୍ଟେ ଚଳି ଯାଉଛି । ବର୍ଷା ହେଲେ ଓଦା ହୋଇ ଲୋକେ ସେଠାରେ ବସରେ ଯିବା ପାଇଁ ଠିଆ ହେଉଛନ୍ତି । ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏଆରଏସଏସ୍‌ ନିକଟରେ ନିର୍ମାଣ ହୋଇଥିବା ଆମ ବସ ଷ୍ଟାଣ୍ଡ କାମରେ ଆସୁନି । ସମାନ ଅବସ୍ଥା ଭିଏସ୍‌ଏସ୍‌ ନଗର ଅଞ୍ଚଳରେ ଦେଖିବାକୁ ମିଳୁଛି । 

ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଟ୍‌ ନଂ ୨୫ ଆମ ବସ୍‌ ସେବା ଏହି ଠାରୁ ଆରମ୍ଭ ହୋଇଥିଲା । କିନ୍ତୁ ଏଠାରେ ଏଯାଏଁ ଆମ ବସ୍‌ ଷ୍ଟାଣ୍ଡ ବ୍ୟବସ୍ଥା ନାହିଁ । ଏଥିପାଇଁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଯାତ୍ରୀ କେଉଁ ଦୋକାନରେ ଛିଡା ହେଉଛନ୍ତି କିମ୍ବା ଗଛ ମୂଳ ଖୋଜୁଛନ୍ତି । ବସ ଷ୍ଟାଣ୍ଡ ପାଇଁ ଅନେକ ଥର ଦାବି ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇପାରିନି । ଏନେଇ ଚକେଇସିହାଣୀ ବାସିନ୍ଦା ସୌମ୍ୟରଞ୍ଜନ ପଣ୍ଡା କହିଛନ୍ତି, ଆମକୁ ଖରା ବର୍ଷାରେ ଗଛ ମୂଳେ ଅପେକ୍ଷା କରିବାକୁ ପଡୁଛି । ଲୋକେ ଛିଡା ହେଉଥିବା ସ୍ଥାନରେ ବସଷ୍ଟାଣ୍ଡ ଆବଶ୍ୟକ । ଭିଏସ୍‌ଏସ୍‌ ନଗରରେ ରହୁଥିବା ସନ୍ତୋଷ ମିଶ୍ର କହିଛନ୍ତି, ବସ୍‌ ଷ୍ଟାଣ୍ଡ ନଥିବାରୁ ଅନେକ ସମୟରେ ଆମେ ଅପେକ୍ଷା କରି କରି ଅଟୋରେ ଚାଲି ଯାଉଛୁ । ବସ୍‌ ଷ୍ଟାଣ୍ଡ ଥିଲେ ସେଠାରେ ବସି ଅପେକ୍ଷା କରିପାରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.