ଭୁବନେଶ୍ଵର, ୨୬/୦୮ : ସରକାରୀ ସୁବିଧା ମିଳୁଛି କି ନାହିଁ, ଏଥର ଲୋକଙ୍କ ପାଖକୁ ଆସିବ ଫୋନ କଲ୍। ସାଧାରଣ ଲୋକଙ୍କୁ କଲ୍ କରି ଫିଡବ୍ୟାକ୍ ନେବେ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ। ଆଜିଠୁ ରାଜ୍ୟରେ `ଆମ ଶାସନ' ବ୍ୟବସ୍ଥାର ଶୁଭାରମ୍ଭ। ଶାସନକୁ ଲୋକାଭିମୁଖୀ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ। ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ସିଧାସଳଖ ଲୋକମାନେ ମତାମତ ଦେଇପାରିବେ।