PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିଶ୍ବର ପାଣିପାଗ ଉପରେ ନଜର ରଖିଥାଏ ଏହି ୪ଟି ଆପ୍ଲିକେସନ୍, ଦେଇଥାଏ ସଠିକ ସୂଚନା

ନୂଆଦିଲ୍ଲୀ,୭।୪: ଘରେ ବସି ଦେଶ-ବିଦେଶର ପାଣିପାଗ ସମ୍ପର୍କରେ ଯଦି ସଠିକ୍ ସୂଚନା ମିଳିଯାଏ ତେବେ ବାହାରକୁ ଯିବା ବେଳେ ହେବାକୁ ଥିବା ଅସୁବିଧା ଠାରୁ ନିଜକୁ ରକ୍ଷା କରିପାରିବେ। ଏଭଳି କିଛି ଆପ୍ଲିକେସନ୍ ରହିଛି ଯାହାକି ୟୁଜରଙ୍କୁ ଖବର ଓ ଭିଡିଓ ଜରିଆରେ ପାଣିପାଗ ସମ୍ପର୍କରେ ସଠିକ ସୂଚନା ​‌ଦେଇଥାଏ ଏହା ସହ ଆଗାମୀ ଦିନରେ ପାଣିପାଗର ପୂର୍ବାନୁମାନ କରିହେବ। ତେବେ ଆସନ୍ତୁ ଜାଣିବା ଏଭଳି ୪ଟି ଆପ୍ଲିକେସନ୍ ସମ୍ପର୍କରେ…

source:https://www.bhaskar.com

ଓ୍ବେଦର ଆଣ୍ଡ କ୍ଲକ ଭିଜିଟ୍ ଫର ଆଣ୍ଡରଏଡ୍: ଏହି ଆପ୍ଳିକେସନ୍ ଦ୍ବାରା ପାଣିପାଗର ସଠିକ ସୂଚନା ମିଳିଥାଏ। ବିଶ୍ବର ପ୍ରାୟ ପ୍ରତ୍ୟେକ ସ୍ଥାନରେ ପବନର ଗତି ଓ ଦିଗକୁ ନେଇ ଅଲଟ୍ରାଭାଓଲେଟ୍ ଇଣ୍ଡେକ୍ସ ପର୍ଯ୍ୟନ୍ତ ଏହା ରହିଛି। ପୋଟ୍ରେଟ୍ ଓ ଲ୍ୟାଣ୍ଡସ୍କେପ୍ ବହୁ ସୁନ୍ଦର ଭିଜିଟ ମିଳି ଥାଏ। ବହୁତ ସରଳ ୟୁଜର ଇଣ୍ଟରଫେସ୍ ଏଥିରେ ରହିଛି ଓ ହୋମ ସ୍କ୍ରିନ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର। ଭିଜିଟରେ କ୍ଲକ, ଡେଟ୍, ବ୍ୟାଟେରି ଷ୍ଟାଟସ୍, ଓ୍ବେଦର କଣ୍ଡିସନ୍ ଓ କ୍ୟାଲେଣ୍ଡର ଇଭେଣ୍ଟ ଦେଖି ପାରିବେ।

source:https://www.bhaskar.com

୧ ଓ୍ବେଦର: ପାଣିପାଗର ପ୍ରତି ସ୍ଥିତି ସମ୍ପର୍କରେ ଏହା ସୂଚନା ଦେଇଥାଏ। ଏହା ସାହାର୍ଯ୍ୟରେ ଏକାସହିତ ୧୨ଟି ସ୍ଥାନର ପାଣିପାଗ ଉପରେ ନଜର ରଖିହେବ। ଗ୍ରାଫ୍ ଏବଂ ମ୍ୟାପ୍ ସାହାର୍ଯ୍ୟରେ ସୂଚନା ହାସଲ କରିହେବ। ଓ୍ବେଦର ଷ୍ଟାଟସକୁ ଏହି ଆପ୍ ଜରିଆରେ ନିଜର ବନ୍ଧୁଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରିପାରେ। ଇ-ମେଲରେ ମଧ୍ୟ ଏହି ସୂଚନା ବାଣ୍ଟିପାରିବେ। ଏଥିରେ ସନ୍ ଆଣ୍ଡ ମୁନ୍ ଫେଜ୍ ରହିଛି, ଯାହାକି ପାଣିପାଗ ସମ୍ପର୍କରେ ଭବିଷ୍ୟବାଣୀ କରିପାରିବ।

source:https://www.bhaskar.com

ଗୋଓ୍ବେଦର: ଏହି ଆପ୍ଳିକେସନ୍ ବିଭିନ୍ନ ପ୍ରକାର ଭିଜିଟ୍ ସାଇଜରେ ପାଣିପାଗର ସ୍ଥିତି ସମ୍ପର୍କରେ ସୂଚନା ଦେଇପାରିଥାଏ। ଲାଇଭ ଓ୍ବାଲପେପର୍ସ ମଧ୍ୟ ରହିଛି। ପାଣିପାଗ ସମ୍ପର୍କରେ ବିଭିନ୍ନ ପ୍ରକାର ଭବିଷ୍ୟବାଣୀ ଏଠାରେ ମିଳିଥାଏ। ନିକଟରେ ଭବିଷ୍ୟବାଣୀ କରାଯାଇଥିବା ପାଣିପାଗ ଚେତାବନୀର ଆଲର୍ଟ ମଧ୍ୟ ୟୁଜରଙ୍କୁ ମିଳିଥାଏ। ଡାୟନୋମିକ୍ସ ମ୍ୟାପ୍, ରାଡାର ଓ ସାଟେଲାଇଟ୍ ଇମେଜ ମଧ୍ୟ ଏଠାରେ ରହିଛି।

source:https://www.bhaskar.com

ଆକ୍ୟୁଓ୍ବେଦର: ବିଶ୍ବର ଯେ କୌଣସି ସ୍ଥାନରେ ରହିଥାନ୍ତୁ ପଛେ କିନ୍ତୁ ଏହି ଆପ୍ଲିକେସନ୍ ଆପଣଙ୍କୁ ସଠିକ୍ ପାଣିପାଗ ସୂଚନା ଦେବ। ଏହା ବରଫବୃଷ୍ଟି, ବର୍ଷା ଏବଂ ଖରାର ସଠିକ୍ ସୂଚନା ଦେଇଥାଏ। ଏହା ସହିତ ପବନ ଏବଂ ବାୟୁର ଆଦ୍ରତା ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଏ। ପାଣିପାଗ ସମ୍ପର୍କିତ ତାଜା ଖବର ଭିଡିଓ ଜରିଆରେ ଅପଡେଟ୍ ଦେଇଥାଏ। ୩୩ଟି ଭାଷାରେ ଏହି ଆପ୍ଲିକେସନ୍ ପାଣିପାଗ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ପ୍ରତି ୧୫ ମିନିଟରେ ଏହାର ସୂଚନା ମିଳିଥାଏ। କେବଳ ସେତିକି ନୁହେଁ ଆଗାମୀ ଦିନର ପାଣିପାଗ ସମ୍ପର୍କରେ ମଧ୍ୟ ଜାଣି ହୋଇଥାଏ।

ସମ୍ବନ୍ଧିତ ଖବର